ପଟ୍ଟାମୁଣ୍ଡାଇ ୧।୮: ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ ପାଇଁ ଗତ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା । ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ପ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲାଯାଇଛି ।
ଚଳିତବର୍ଷ ପୂର୍ବବର୍ଷ ଭଳି ଗୁପ୍ତି, ଖୋଳା ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ଡାଙ୍ଗମାଳରେ ରହିଥିବା କଟେଜ ଗୁଡିକରେ ରାତ୍ରିଯାପନ କରିପାରିବେ l ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ l
You Can Read:
ଛୁଟି ବାତିଲ ପରେ ବି କାର୍ଯ୍ୟାଳୟକୁ ଆସିନଥିଲେ କର୍ମଚାରୀ, ସବୁ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ