କଂଗ୍ରେସ ଆଡକୁ ଢଳିଛନ୍ତି କି ଭୂପିନ୍ଦର, କହିଲେ- ଏବେ ଆଇପିଏଲ୍ ଚାଲିଛି, ଭଲ ପ୍ଲେୟାରକୁ ସମସ୍ତେ ନେବାକୁ ଚାହିଁବେ

Published By : Prameya-News7 Bureau | May 17, 2025 IST

ଭୁବନେଶ୍ବର କଂଗ୍ରେସ ଆଡକୁ ଢଳିଛନ୍ତି କି ଭୂପିନ୍ଦର ସିଂହ । କଂଗ୍ରେସକୁ ଯାଉଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ କହିଛନ୍ତି ଭବିଷ୍ୟତକୁ କାହିଁକି ଯାଉଛ ।

ବିଜେଡିର ବିଭିନ୍ନ କମିଟି ଓ ପିଏସିରୁ ବାଦ୍‌ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି, ଏବେ ଆଇପିଏଲ୍ ଚାଲିଛି । ଭଲ ପ୍ଲେୟାରକୁ ସମସ୍ତେ ନେବାକୁ ଚାହିଁବେ । ମୁଁ ଗୋଟେ ଭଲ ପ୍ଲେୟାର । ମୋ ପାଖରେ ଲୋକ ସମର୍ଥନ ଅଛି । ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି । ୨୦୨୪ ନିର୍ବାଚନ ସମୟରେ ବିଜେପି ମୋତେ ଅଫର୍ ଦେଇଥିଲା । ଏବେବି ଅଫର ଦେଉଛନ୍ତି ବୋଲି ସେ କହିଛନ୍ତି । 

ସେ ଆହୁର ମଧ୍ୟ କହିଛନ୍ତି, କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜଭୁତ କରିଛୁ । କଂଗ୍ରେସକୁ ଯାଉଛନ୍ତି କି ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତକୁ କାହିଁକି ଯାଉଛ । ଏଥିରୁ ଜଣାପଡୁଛି ଯେ ସେ ବୋଧହୁଏ ପୁଣି ଥରେ କଂଗ୍ରେସ ଦଳକୁ ଫେରିପାରନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

You Can Read:

ନିଶ୍ଚିନ୍ତକୋଇଲି ଅନାସ୍ଥା ଭୋଟ୍ ପାଇଁ ପୁଣି ତାରିଖ ଧାର୍ଯ୍ୟ, ମେ’ ୩୦ ତାରିଖରେ ଭୋଟ୍ ଗ୍ରହଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.