ମହାନଦୀ ପଠାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କଟକ ଓ ସମ୍ବଲପୁରରେ ହେଵ ମହାନଦୀ ରିଭର ଫ୍ରଣ୍ଟ, ୨ଶହ କୋଟି ଟଙ୍କା ମଞ୍ଜୁର

Published By : Prameya-News7 Bureau | November 15, 2024 IST

News7

କଟକ: ଆରମ୍ଭ ହେଲା ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ବୃହତ ବାଣିଜ୍ୟିକ ମହାକୁମ୍ଭ ‘ବାଲିଯାତ୍ରା’। ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଐତିହାସିକ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଉଦଘାଟନ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବଲପୁର ଓ କଟକରେ ହେଵ ସୁଦୃଶ୍ୟ ମହାନଦୀ ରିଭର ଫ୍ରଣ୍ଟ। ଦୁଇଟି ପ୍ରକଳ୍ପ ପାଇଁ ୨ ଶହ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭୁଵନେଶ୍ବର ମେଟ୍ରୋ ରେଳ ସମ୍ପ୍ରସାରିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ କଟକ ସହର ଭିତରକୁ ସମ୍ପ୍ରସାରିତ ହେବ ମେଟ୍ରୋ ରେଳ।

ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍‌ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.