ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ବିଗ ବି, କହିଲେ-ମିଛ ପ୍ରଚାର…

Published By : Prameya-News7 Bureau | November 22, 2024 IST

ମୁମ୍ଵାଇ ୨୨।୧୧;  ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କ ଛାଡପତ୍ର ଖବରକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ଦୀର୍ଘ ଦିନ ଧରି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା। ଗତକାଲି ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ସିଲିବ୍ରେସନ କରିଥିଲେ। ଏହି ସମୟରେ ଅଭିଷେକ ତାଙ୍କ ସହ ନଜର ଆସିନଥିଲେ। ସତ୍ କ’ଣ ବୋଲି ପ୍ରଶଂସକମାନେ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି? ଏବେ ଶେଷରେ ଅମିତାଭ ବଚ୍ଚନ ନିଜେ ପୁଅ ଏବଂ ବୋହୂଙ୍କ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ଦେଇଛନ୍ତି। 

କ’ଣ କହିଲେ ବିଗ୍ ବି?

ଶେଷରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଏବଂ ବୋହୂ ମଧ୍ୟରେ ଚାଲିଥିବା ଛାଡପତ୍ର ଗୁଜବକୁ ଶେଷ କରିଛନ୍ତି। ସେ ତାଙ୍କ ବ୍ଲଗରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କୁ ତାଗିଦ କରିଥିଲେ। ଅମିତାଭ ଲେଖିଛନ୍ତି, 'ମୁଁ ମୋ ପରିବାର ବିଷୟରେ ଅଧିକ କିଛି କହୁ ନାହିଁ କାରଣ ମୁଁ ସବୁବେଳେ ମୋ ପରିବାରର ଗୋପନୀୟତା ବଜାୟ ରଖିବାକୁ ଚେଷ୍ଟା କରେ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ। ଗୁଜବ କେବଳ ଗୁଜବ । ଯେଉଁଥିରେ କୌଣସି ସତ୍ୟତ ହିଁ ନାହିଁ। ବିନା ଯାଞ୍ଚରେ ସେହି ଗୁଜବ ଓ ମିଥ୍ୟା ପ୍ରଚର ହୋଇଛି । 

କିଛିଦିନ ତଳେ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଆରାଧ୍ୟା ବଚ୍ଚନଙ୍କୁ ଏକା ଧରି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ସାମିଲ ହୋଇଥିଲେ। ଏହା ପରଠାରୁ ଐଶ୍ବର୍ଯ୍ୟା ରାଏ ଓ ଅଭିଷେକଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ଖବର ଜୋର ଧରିଛି। କିନ୍ତୁ ବର୍ତ୍ତମାନ ବିଗ୍ ବି ବ୍ଲଗ୍ରେ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରର ଗୁଜବକୁ ସମାପ୍ତ କରିଛନ୍ତି। ଏହି ପୋଷ୍ଟ ପରେ, କେହି କହିପାରିବେ ନାହିଁ ଯେ ବଚ୍ଚନ ପରିବାରର ମୂଳଦୁଆ ଥରୁଛି କାରଣ ଘରର ମୁଖ୍ୟ ମାସ ମାସ ପରେ ଆସି ସତ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.