ଭୁବନେଶ୍ୱର ୨୨/୧୧: ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି, ଡିସିପି ଅଫିସରେ ହାତାହାତି ହେଲେ ଦୁଇ ଅଭିନେତା । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । ତେବେ କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ।
ସୂଚନା ଥାଉକି, ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ କଳି ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟ ପକ୍ଷଙ୍କୁ ଡିସିପି ଅଫିସକୁ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।
ବବି ଇସ୍ଲାମ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମ ସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା। ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା।