ମୁମ୍ଵାଇ ୨୨।୧୧; ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା : ଦି ରୁଲ' । ଏହା ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ।ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ କରିବାକୁ ଦାବି କରାଯାଉଛି। ହରିୟାଣାରେ 'ପୁଷ୍ପା ୨'ର ଏକ ସିନ୍ ବିରୋଧରେ ଅଭିଯୋଗ ଆସିଛି।
ରିପୋର୍ଟ ଅନୁଯାୟୀ, ହରିୟାଣାର 'ପୁଷ୍ପା ୨' କୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ହିସାରର ଏକ ଗାଁ’ର ପୋଲିସ ଷ୍ଟେସନରେ ଏହି ଫିଲ୍ମ ବିରୋଧରେ ଅଭିଯୋଗ ଆସିଛି। ଏହି ଅଭିଯୋଗ ହିସାରର କୁଲଦୀପ କୁମାରଙ୍କ ନିକଟରେ ଦାଖଲ କରାଯାଇଛି। ଏହି ଚଳଚ୍ଚିତ୍ର ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।
ସମଗ୍ର ବିଷୟ କ’ଣ?
ଅଭିଯୋଗକାରୀ କୁଲଦୀପ କହିଛନ୍ତି ଯେ 'ପୁଷ୍ପା ୨'ର ଟ୍ରେଲରରେ ଅଲୁ ଅର୍ଜୁନ ଅର୍ଦ୍ଦନାରୀଶ୍ୱର ଭୂମିକାରେ ଦର୍ଶାଯାଇଛି। ଏଥିରେ ମା କାଳୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିବ। ତାଙ୍କ କହିବାନୁସାରେ, ଏହି ଦୃଶ୍ୟ ଧାର୍ମିକ ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଉଛି। ଫିଲ୍ମରୁ ମା କାଳୀ ଏବଂ ଅଲୁ ଅର୍ଜୁନଙ୍କ ଅର୍ଦ୍ଦନାରୀଶ୍ୱରଙ୍କ ଦୃଶ୍ୟ ହଟାଇବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଯଦି ଏହା କରା ନଯାଏ ତେବେ ସେମାନେ ଫିଲ୍ମ ହରିୟାଣାରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ।
ବର୍ତ୍ତମାନ ସୁଦ୍ଧା 'ପୁଷ୍ପା ୨' ବିରୋଧରେ ପୋଲିସ କୋଣସି ମାମଲା ରୁଜୁ କରି ନାହିଁ। ପୋଲିସ କହିଛି ଯେ ସେମାନେ ପ୍ରଥମେ ଏହି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ କଥା ହେବେ। ଫିଲ୍ମ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି । ଏହାର କ୍ଲାଇମାକ୍ସ ଦୃଶ୍ୟ ଏପର୍ଯ୍ୟନ୍ତ ସୁଟିଂ ହୋଇନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମକୁ ଆଉ ଏକ ସମସ୍ୟା ଆସିଛି।