ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି, ଆର୍ଥିକ ମାମଲାରେ ହେବାକୁ ଥିବା ଦଣ୍ଡାଦେଶ ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ

Published By : Prameya-News7 Bureau | September 07, 2024 IST

HT

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେୟ ସହ ଜଡିତ ଅପରାଧିକ ମାମଲାର ଦଣ୍ଡାଦେଶ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ମାନହଟ୍ଟନ କୋର୍ଟ। ଏହାପୂର୍ବରୁ ଟ୍ରମ୍ପ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଫେଡେରାଲ କୋର୍ଟଙ୍କୁ ଅନୁରୋଧ କରିଥିଲେ, ଯାହା ଦ୍ୱାରା ତାଙ୍କର ଦୋଷୀସାବ୍ୟସ୍ତ ପରେ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇପାରିବ। ଚଳିତ ମାସରେ ଧାର୍ଯ୍ୟ ହୋଇଥିବା ଦଣ୍ଡାଦେଶକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପାଇଁ ଆବେଦନ କରିଥିଲେ।

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜୁଆନ୍ ଏମ୍ ମାର୍ଚେନଙ୍କୁ ସେପ୍ଟେମ୍ବର ୧୮ରେ ଧାର୍ଯ୍ୟ ହୋଇଥିବା ଟ୍ରମ୍ପଙ୍କ ଦଣ୍ଡାଦେଶକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଜଜ୍ ମାର୍ଚେନ୍ ଏହି ମାମଲାକୁ ନଭେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ପାଇଁ ଟ୍ରମ୍ପ ମଧ୍ୟ ରେସ୍‌ରେ ଅଛନ୍ତି। ଯଦି ଏହି ଅବଧିରେ ସେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ଦିଆଯାଇଥାନ୍ତା ତେବେ ଆମେରିକାରେ ନିର୍ବାଚନ ସମୀକରଣ ବଦଳିବାର ସମ୍ଭାବନା ଥିଲା।

 ଡୋନାଲ୍ଡ ଟ୍ରମ୍ପ ଅନୁଭବ କରିଛନ୍ତି ଯେ ପର୍ଣ୍ଣ ଷ୍ଟାରଙ୍କ ସହ ଅର୍ଥ ଦୁର୍ନୀତି ତାଙ୍କୁ ନିର୍ବାଚନରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ ଡୋନାଲ୍ଡ ଟ୍ରମ୍ପ ଫେଡେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଏକ ଫେଡେରାଲ କୋର୍ଟକୁ ଅନୁରୋଧ କରିଥିଲେ, ଯାହା ଦଣ୍ଡାଦେଶକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.