ଗ୍ରାମ୍ୟ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି,ତହସିଲଦାରଙ୍କୁ ଭେଟି ଦାବିପତ୍ର ଦେଲେ ଗାଁ ଲୋକ

Published By : Prameya-News7 Bureau | August 23, 2024 IST

ବିନିକା ୨୩/୮: ଗ୍ରାମ୍ୟ ରାସ୍ତା ଜବରଦଖଲ ଉଚ୍ଛେଦକୁ ନେଇ ଦାବିପତ୍ର  ।ତହସିଲଦାରଙ୍କୁ ଭେଟି ଦାବିପତ୍ର ଦେଲେ ଗାଁ ଲୋକ । ସୁବର୍ଣ୍ଣପୁର ବ୍ଲକ ବିନିକା ଜୁଲୁଣ୍ଡା ଗ୍ରାମ୍ୟ ରାସ୍ତାରେ ସରକାରୀ ଜମିକୁ ଜବରଦଖଲ  କରିଥିବା ଜମିକୁ ଉଚ୍ଛେଦ କରିବା ନେଇ ବିନିକା ତହସିଲଦାରଙ୍କୁ ଦାବି ପତ୍ର ଦେଇଛନ୍ତି ଗାଁ ଲୋକ । ଗ୍ରାମ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଅଗଷ୍ଟ ୨ ତାରିଖରେ ରାସ୍ତାରେ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ହଟାଯିବା କଥା । ୨୦ ଦିନ ବିତି ଗଲାଣି ଆଜି ଯାଏ ଜବରଦଖଲକାରୀଙ୍କୁ ସେ ସ୍ଥାନରୁ ହଟାଯାଇନି । ରାସ୍ତା କାମ ଅସମ୍ପୂର୍ଣ୍ଣ ହୋଇ ପଡିବା ସହ ଲୋକଙ୍କୁ ଯାତାୟତରେ ଅସୁବିଧା ହେଉଛି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.