ଯାଜପୁର ୨୧।୧୧ : ବିରଜା ହାଟକୁ ନେଇ ମୁହାଁମୁହିଁ । ହାଟ ପୁନଃ ଅବସ୍ଥାପିତ ବିବାଦ ନେଇ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଯାହାଫଳରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ବିରାଜ ହାଟ ସ୍ଥାନାନ୍ତରକୁ ନେଇ ବିବାଦ ଉପୁଜିଛି । ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ନୂଆ ସ୍ଥାନକୁ ହାଟ ସ୍ଥାନାନ୍ତର ଦାବିରେ ଅଟଳ ରହିଛନ୍ତି । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯାହାକୁ ଦୃଷ୍ଟିରେ ରଖି ବିରଜା ହାଟ ପରିସରରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହାସହ ଯାଜପୁର ଉପଜିଲ୍ଲାପାଳ, ତହସିଲଦାର ପହଞ୍ଚିଥିଲେ । ଆଉ ବ୍ୟବସାୟୀଙ୍କ ସହ ଆଲୋଚନ କରିଥିଲେ ।
ଅନ୍ୟପଟେ ଖୋଲିଥିବା ହାଟକୁ ସ୍ଥଗିତ ରଖିବାକୁ ଯାଜପୁର ଉପଜିଲ୍ଲାପାଳ କହିଛନ୍ତି । ହେଲେ ହାଟ ବନ୍ଦ କରିବାକୁ ଲିଖିତ ଭାବେ ଦେଲେ ଯାଇ ଆମେ ହାଟ ବନ୍ଦ କରିବୁ ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖିବାକୁ ମିଳିଛି ।