ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ରେ ବିର୍ସା ମୁଣ୍ଡା-ଓଡ଼ିଶୀ ନୃତ୍ୟ-କୋଣାର୍କ ମନ୍ଦିର : ଧନ୍ୟବାଦ ଜଣାଇଲେ ମନମୋହନ ସାମଲ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୯ନଂ ୱାର୍ଡ ଅଫିସରେ ମନ୍ କୀ ବାତ୍ ଶୁଣିଲେ ରାଜ୍ୟ ସଭାପତି । ସ୍ଥାନୀୟ ନେତା ଜଗନ୍ନାଥ ପ୍ରଧାନ, କର୍ପୋରେଟର ଏବଂ କର୍ମୀଙ୍କ ଗହଣରେ ମନ୍ କି ବାତ୍ ଶୁଣିଲେ ମନମୋହନ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ କଥା, ଓଡ଼ିଶୀ ନୃତ୍ୟ ଓ କୋଣାର୍କ ମନ୍ଦିର କଥା କହିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ । ମନମୋହନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢିଛି । ୧୪୦ କୋଟି ଭାରତୀୟଙ୍କୁ ପ୍ରଭାବିତ କରି ପାରୁଛି ବୋଲି ମନମୋହନ କହିଛନ୍ତି । 

You Can Read:

ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ପୁରା ଦେଶରେ ସର୍ବୋତ୍କୃଷ୍ଟ : ମନମୋହନ ସାମଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.