ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ପୁରା ଦେଶରେ ସର୍ବୋତ୍କୃଷ୍ଟ : ମନମୋହନ ସାମଲ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ବାତ୍ୟା ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାର, ରାଜସ୍ବ ମନ୍ତ୍ରୀ, ପ୍ରଶାସନକୁ ଧନ୍ୟବାଦ ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହାଠୁ ଆଉ ଭଲ ପରିଚାଳନା ହୋଇପାରି ନଥାନ୍ତା । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ପୁରା ଦେଶରେ ସର୍ବୋତ୍କୃଷ୍ଟ ବୋଲି ମୁଁ ମାନୁଛି । ନିଶ୍ଚିତ ଭାବେ ଏହା ପ୍ରଂଶସନୀୟ । ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି । ସ୍ଥାନାନ୍ତରିତ ପ୍ରକ୍ରିୟା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଯେଉଁ ବ୍ୟବସ୍ଥା ତାହା ନିଖୁଣ ଭାବେ ହୋଇଛି । ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ସରକାର । କ୍ଷୟକ୍ଷତି ବି ଖୁବ୍‌ଶୀଘ୍ର ମୂଲ୍ୟାଙ୍କନ କରି କ୍ଷତିପୂରଣ ଦେବାକୁ ସରକାର ପ୍ରତିବଦ୍ଧ । ଆଶା ଖୁବ୍‌ଶୀଘ୍ର କ୍ଷତି ସହିଥିବା ବ୍ୟକ୍ତି ପୂର୍ବ ସ୍ଥିତିକୁ ଫେରିବେ । ଆର୍ଥିକ ସ୍ଥିତିରେ ପ୍ରତିବନ୍ଧକ ହେବନି । ତାକୁ ନଜରରେ ରଖି ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ମନମୋହନ କହିଛନ୍ତି ।

You Can Read:

ବର୍ଷା ଅଧିକ ହେବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି, ସ୍ଥିତି ବିପଦଜନକ ନୁହେଁ : ସର୍ବୋଚ୍ଚ ଯନ୍ତ୍ରୀ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.