ବର୍ଷା ଅଧିକ ହେବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି, ସ୍ଥିତି ବିପଦଜନକ ନୁହେଁ : ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଶିମିଳିପାଳରେ ବର୍ଷା ହେବାରୁ ବୁଢାବଳଙ୍ଗ ପ୍ରଭାବିତ ହୋଇଛି । ବୁଢାବଳଙ୍ଗ ଗୋବିନ୍ଦପୁର ଜାତୀୟ ରାଜପଥ ୫ରେ ୭.୮୪ ମିଟର ଯାଏଁ ରହିଲା । ଯାହା ସତର୍କ ସଙ୍କେତ ଠାରୁ ଅଧିକ । ହେଲେ ବିପଦ ସଙ୍କେତ ୮.୧୩ ମିଟର ତଳେ ରହିଛି । ତେବେ ତଳିଆ ଅଞ୍ଚଳରେ ପାଣି ପଶିଲା ଓ ଗୋଟେ ଗାଁ ବିଚ୍ଛିନ୍ନ ହୋଇଗଲା । ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ସୁଧାରୁଛନ୍ତି । ବର୍ତ୍ତମାନ ଜଳସ୍ତର ୭.୮୪ ମିଟରରୁ ଖସି ଏବେ ୭.୬୦ ମିଟରକୁ ଆସିଲାଣି । ଦିନ ଦୁଇଟାରେ ଏହା ୭.୨୦ ମିଟର ହୋଇଯିବ । ତା ପରେ କମିକି ସ୍ୱାଭାବିକ ହେବ । କାଂଶବାଂଶକୁ ନଦୀ ତ କହିହେବନି, ହେଲେ ଏହା ରାଇଭଲେଟ୍ ଯାହା ବଙ୍ଗୋପସାଗରରେ ପଡେ । ଅର୍ଥାତ ଏହା ନଦୀଠାରୁ ଛୋଟ ଓ ନାଳ ଠାରୁ ବଡ଼ । ଏଥିପାଇଁ ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରିରେ ପ୍ରବଳ ବର୍ଷା ଯୋଗୁଁ କାଂଶବାଂଶକୁ ଅଧିକ ପାଣି ଆସିଲା । ଏହା ଫଳରେ କିଛି ଗାଁ ପ୍ରଭାବିତ ହେଲା । ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବ । ଆଖୁଆପଦାରେ ବୈତରଣୀ ଦିନ ୯ଟା ସୁଦ୍ଧା ୧୭.୪୬ ମିଟର ଅଛି । ଯାହା ବୃଦ୍ଧି ପାଉଛି । ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର । ଏହା ବେଶୀ ବଢିବ ନାହିଁ । ତେବେ ସ୍ଥିତି ବିପଦଜନକ ନୁହେଁ । ବର୍ଷା ସବୁଠାରେ ଅଧିକ ହେବାରୁ କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ଆମ ଅଧିକାରୀ ସ୍ଥାନୀୟ ପ୍ରଶାସନ ସେହି ସ୍ଥାନ ତଦାରଖ କରୁଛନ୍ତି । ଶନିବାର ସବୁ ଯାଞ୍ଚ ହୋଇଛି । ଏ ଯାଏଁ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ବାଲେଶ୍ୱରର ରେମୁଣା ଓ ସଦର ବ୍ଲକର ତଳିଆ ଗାଁରେ ପାଣି ପଶିଥିଲା ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।

You Can Read:

ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.