ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | October 27, 2024 IST

କଳାହାଣ୍ଡି ୨୭।୧୦ : ଅଜଣା ଗାଡି ଧକ୍କାରେ ଯୁବକ ମୃତ । କଳାହାଣ୍ଡି ଜିଲ୍ଲା ଛତାଗୋଏରା ଗାଁର ଛବିଲାଲ ନାଗଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । 

ତେବେ ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି l ବର୍ତ୍ତମାନ କ୍ଷତିପୂରଣ ଦାବିରେ ଧର୍ମଗଡ - ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ପରିବାର ଏବଂ ଗ୍ରାମବାସୀଙ୍କ ରାସ୍ତା ରୋକ ଚାଲିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.