ନୃଶଂସ ସ୍ୱାମୀ, ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି କଲା ହତ୍ୟା

Published By : Prameya-News7 Bureau | October 27, 2024 IST

NEWS UPDATE

ବାଲିଗୁଡ଼ା ୨୭।୧୦ : ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଚନ୍ଦ୍ରକାନ୍ତ ବେହେରଦଳାଇ ନିଜ ସ୍ତ୍ରୀ ମଧୁମତି ବେହେରଦଳାଇଙ୍କୁ   ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି  l ସେପଟେ ହତ୍ୟାକାଣ୍ଡ ସଂପର୍କରେ ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଞ୍ଚି ମଧୁମତିଙ୍କ ଶବକୁ ଜବତ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ବାକି ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଚନ୍ଦ୍ରକାନ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.