ସ୍ତ୍ରୀକୁ ବଞ୍ଚାଇବାକୁ ବିଫଳ ପରେ ଜୀବନ ହାରିଲେ ସ୍ବାମୀ,କାହିଁକି ଘଟିଲା ଏତେ ବଡ ଅଘଟଣ ?

Published By : Prameya-News7 Bureau | November 21, 2024 IST

ବାଲିଗୁଡା ୨୧/୧୧: ମଦ ପାଇଁ ବନ୍ଧା ପଡ଼ିଲା ମୋବାଇଲ ଫୋନ୍। ଆଉ ଏହାକୁ ନେଇ ପାରିବାରିକ କଳହ ଓ ଅଶାନ୍ତି ପରେ ଗଲା ଦମ୍ପତିଙ୍କ ଜୀବନ। ମୋବାଇଲ ବନ୍ଧା ରଖିବାକୁ ନେଇ ସ୍ବୀମୀଙ୍କ ସହ ବଚସା ପରେ ସ୍ତ୍ରୀ କଲେ ଆତ୍ମହତ୍ୟା l ତାଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଲେ। ଏଭଳି ଅଭାବନୀୟ ଘଟଣା ବାଲିଗୁଡା ଥାନା ମଝିସାହିରେ ଘଟିଛି ।

ଏବେ ଆସନ୍ତୁ ଜାଣିବା କାହିଁକି ଘଟିଲା ଏତେ ବଡ ଅଘଟଣ ? ଗାଁର ପ୍ରମୋଦ ମଲ୍ଲିକ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ l ବିବାହ ସମୟରେ ବାପ ଘରୁ ପୁଆରୀ ଏକ ମୋବାଇଲ ଫୋନ୍ ଆଣିଥିଲେ। ତେବେ ମଦ ପାଇଁ ପ୍ରମୋଦ ସେହି ମୋବାଇଲ ଫୋନକୁ ବନ୍ଧା ପକାଇଥିଲେ, ଯାହାକୁ ନେଇ ଆରମ୍ଭ ହୋଇଥିଲା ପାରିବାରିକ କହଳ। ଏଥିପାଇଁ ପ୍ରମୋଦ ଓ ତାଙ୍କ ସ୍ତ୍ରୀ ପୁଆରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ଆଉ ଶେଷରେ ଏହି ପାରିବାରିକ କହଳ ନେଇଥିଲା ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ।
ପ୍ରମୋଦ ଓ ସ୍ତ୍ରୀ ପୁଆରୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଓ ବଚସା ପରେ ,ପ୍ରଥମେ ପୁଆରୀ ଆତ୍ମହତ୍ୟା କରିଥିଲେ l ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ପ୍ରମୋଦ। ତେବେ ବିଫଳ ହେବାରୁ ଶେଷରେ ସେ ବି ଅନ୍ୟ ଏକ କୋଠରୀରେ ଆତ୍ମହତ୍ୟା କରିଥିଲେ। ଏଭଳି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଏହି ଅଭାବନୀୟ ଘଟଣା ପରେ ପହଞ୍ଚିଥିଲା ବାଲିଗୁଡ଼ା ପୋଲିସ୍। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 
 
 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.