କନ୍ଧମାଳରେ ଶୀତର ପହିଲି ସ୍ପର୍ଶ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ

Published By : Prameya-News7 Bureau | November 14, 2024 IST

ବାଲିଗୁଡ଼ା ୧୪।୧୧: ଲଘୁଚାପ ବର୍ଷା ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ା ସମେତ ଦାରିଙ୍ଗବାଡି, କ.ନୂଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ବଢ଼ିଲାଣି ଶୀତ । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ତଳେ ରହିଛି ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ସକାଳ ପ୍ରାୟ ୯ଟା ଯାଏଁ ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି l ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇପାରୁ ନାହାନ୍ତି । ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ  ଶୀତୁଆ ସକାଳରେ ଚା’ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।  ଶୀତ ବଢୁଥିବାରୁ କର୍ମଜୀବି ଓ  ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  l ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି l ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର, କମ୍ବଳ ବଣ୍ଟନ କରାଯାଇ ନାହିଁ । ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ବେଲଘର ମଣ୍ଡାସୁରର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି l 

You Can Read:

ବିପଦରେ ରାଣୀଗଡ଼ର ତେଲିଙ୍ଗିରି ଡ୍ୟାମ୍, ସ୍ଲୁଇସ୍ ଗେଟ୍ ଦେଇ ପାଣି ଲିକ୍ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.