ବିପଦରେ ରାଣୀଗଡ଼ର ତେଲେଙ୍ଗିରି ଡ୍ୟାମ୍, ସ୍ଲୁଇସ୍ ଗେଟ୍ ଦେଇ ପାଣି ଲିକ୍ !

Published By : Prameya-News7 Bureau | November 14, 2024 IST

ଜୟପୁର ୧୪।୧୧: ବିପଦରେ ରାଣୀଗଡ଼ର ତେଲେଙ୍ଗିରି ଡ୍ୟାମ୍ । ସ୍ଲୁଇସ୍ ଗେଟ୍ ଦେଇ ପାଣି ଲିକ୍ ହେଉଥିବା ଦେଖିବାକୁ ମିଳିଛି । ୧୦୦ ଫୁଟ ତଳେ ଥିବା କନଷ୍ଟ୍ରକସନ ସ୍ଲୁଇସ୍ ଗେଟ୍ ଦେଇ ପାଣି ଲିକ୍ ହେଉଛି । ତେବେ ଡ୍ୟାମ୍‌ର ସ୍ଥାୟୀ ମରାମତି ପାଇଁ ଆବଶ୍ୟକ ପଡ଼ିଲେ ପୁରା ଡ୍ୟାମ୍ ଖାଲି କରାଯାଇପାରେ । ଏହା ଫଳରେ ବି ଫସଲ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । 

ସେପଟେ ତେଲେଙ୍ଗିରି ଡ୍ୟାମ୍‌ରୁ ପାଣି ଲିକ୍ ଘଟଣାକୁ ଗୁରୁତର ତ୍ରୁଟି ବୋଲି ଅଧିକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନ କହିଛନ୍ତି । ମରାମତି ପାଇଁ ବିଶାଖାପାଟଣାରୁ ଏକ୍ସପର୍ଟଙ୍କୁ ଡକାଯାଇଛି । ଡ୍ୟାମ୍‌ରୁ ପାଣି ନିଷ୍କାସନ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏବେ ଜଳ ଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୩ ମିଟର ରହିଛି । ଘଣ୍ଟା ପ୍ରତି ୨୦ ମି.ମି. ପାଣି ଲିକ୍ ହେଉଛି । ଡ୍ୟାମ୍‌ରୁ ପାଣି ଖାଲି ନକରି ମରାମତି ପାଇଁ ଉଦ୍ୟମ ହେବ । ନଚେତ ପାଣି ଖାଲି କରିବାକୁ ବାଧ୍ୟ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ଏନେଇ ଓଡିଶା କଷ୍ଟ୍ରକସନ୍ କର୍ପୋରେସନକୁ ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୦୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା ଏହି ତେଲିଙ୍ଗିରି ଡ୍ୟାମ୍ । ୨୦୧୯ରେ ଉଦଘାଟନ ହୋଇଥିଲା ଏହି ଡ୍ୟାମ୍ ।

You Can Read:

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଗାଡ଼ିରେ ଚାପିହୋଇ ଡ଼୍ରାଇଭର ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.