ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଗାଡ଼ିରେ ଚାପିହୋଇ ଡ଼୍ରାଇଭର ଗୁରୁତର

Published By : Prameya-News7 Bureau | November 14, 2024 IST

ଘଟଗାଁ ୧୪।୧୧: ୨୦ନଂ ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍ । ଦୁର୍ଘଟଣାରେ ଚାପି ହୋଇ ଡ୍ରାଇଭର ଗୁରୁତର । ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ ବିଭାଗ ପହଞ୍ଚିଛି । ଗାଡ଼ି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ କଟର ସାହାଯ୍ୟରେ କଟାଯାଇ ବାହାର କରିବା ପାଇଁ ଉଦ୍ୟମ ଚାଲିଛି । 

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ୪ଟା ସମୟରେ ଦରଖୋଳା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌ରୁ ପଛପଟୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ୍ । ଫଳରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏନ୍.ଏଚ୍ ଆମ୍ବୁଲାନ୍ସକୁ କଲ୍ କରିବା ସହ ଅଗ୍ନିଶମ ବିଭାଗକୁ ମଧ୍ୟ କଲ୍ କରିଥିଲେ । ସଙ୍ଗେ ସଙ୍ଗେ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଚାପି ହୋଇ ରହିଥିବା ଡ୍ରାଇଭର ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । କଟର ସାହାଯ୍ୟରେ କାଟି ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି   ଅଗ୍ନିଶମ ବାହିନୀ କର୍ମଚାରୀ ।

You Can Read:

ଧବଳେଶ୍ୱର ପୀଠରେ ଲାଗିହେଲା ଗଜ, ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.