ଧବଳେଶ୍ୱର ପୀଠରେ ଲାଗିହେଲା ଗଜ, ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା

Published By : Prameya-News7 Bureau | November 14, 2024 IST

ଆଠଗଡ ୧୪/୧୧: ବର୍ଷ ତମାମ ଅପେକ୍ଷା ପରେ ଶେଷରେ ଆସିଛି ସେହି ପ୍ରତିକ୍ଷିତ ମୁହୂର୍ତ୍ତ ।  ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। 

ସୂଚନା ଥାଉକି, ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା । ଏହିଦିନ ଦେବଦେବଙ୍କ ଠାରେ ଲାଗି ହୁଏ ଗଜଭୋଗ ଓ ତରଣ । କଳା ବଳଦକୁ ଧଳା କରିଥିବା ବାବାଙ୍କ ମୁଖ୍ୟ ଆକର୍ଷଣ ଗଜଭୋଗ ଓ ତରଣ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦିତ। ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରୀ । ପବିତ୍ର କାର୍ତ୍ତିକ ମାସର ବକ ପଞ୍ଚକର ଶେଷ ପର୍ବରେ ପ୍ରସିଦ୍ଧ ଗଜଭୋଗ ପାଇବା ପରେ ବ୍ରତଧାରୀମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ। 

ସେପଟେ ମହାଦେବଙ୍କ ଦର୍ଶନ ଲାଗି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ କରାଯାଇ ପ୍ରତିଟି ଭକ୍ତଙ୍କୁ ଲାଇନ୍‌ରେ ଛଡାଯାଉଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.