ମାଲକାନଗିରି ୧୦।୦୧ : ତେଲେଙ୍ଗାନାରେ ଓଡିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ଜଣାପଡିଛି ।
ଖବର ଅନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିଲା ଗୁପ୍ତା ଟ୍ରାଭେଲସ ନାମକ ଘରୋଇ ବସ୍ । ଏହି ବସ୍ରେ ପ୍ରାୟ ୩୨ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ହେଲେ ଘନ କୁହୁଡ଼ି ଯୋଗୁଁ ଖମ୍ମାମ-ସୁର୍ଯ୍ୟପେଟ୍ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଥିଲା ବସ୍। ଯେଉଁଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବାକି କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି।