ସରକାରୀ ବାସଭବନରେ କୃଷି ଉଦ୍ୟାନ କର୍ମଚାରୀଙ୍କ ମୃତଦେହ, ପୁଅ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | December 01, 2024 IST

କନ୍ଧମାଳ ୧।୧୨: ସରକାରୀ ବାସଭବନରେ ଦଉଡ଼ି ଦେଇ କର୍ମଚାରୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ କୃଷି ଉଦ୍ୟାନ ବିଭାଗରେ । ମୃତକ ଫୁଲବାଣୀ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି । ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପୁଅ ଆଣିଲେ ହତ୍ୟା ଅଭିଯୋଗ । 

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନଲାଇନରେ ୨ ହଜାର ଟଙ୍କା ପଠାଇଥିଲେ । ଏହାସହ ସେ ରାତିରେ ବସ୍‌ରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ସ୍ଥିତ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ । କିନ୍ତୁ ଅପରାହ୍ନ ୪ଟା ୧୫ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ପରିବାର ଲୋକେ ଫୁଲବାଣୀ ପହଞ୍ଚିବା ପରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଅଧିକ ତଦନ୍ତ ଚଳାଇଛି ଟାଉନ ପୋଲିସ ।

You Can Read:

ବାରଙ୍ଗ ପୁଅ-ବୋହୁ ପୋଡ଼ି ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ, ସ୍ବାମୀ କରୁଛି ସଂଘର୍ଷ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.