ଜଙ୍ଗଲରୁ ମିଳିଲା ନିଖୋଜ ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ସନ୍ଦେହ,ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | February 08, 2025 IST

କନ୍ଧମାଳ ୮/୨: ୧ ତାରିଖରୁ ନିଖୋଜ ଥିଲେ । ୭ ତାରିଖରେ ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସାର୍ତ୍ତାଗୁଡ଼ା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ପାହାଡ଼ରୁ ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଫୁଲବାଣୀ ଦଧିବାମନ ସାହିର କବାଡ଼ିଆ ବ୍ୟବସାୟୀ ସୁଦର୍ଶନ ସାହୁ ।  

ଗତ ୧ ତାରିଖରେ  ବ୍ୟବସାୟ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ ସୁଦର୍ଶନ । ବହୁ ଖୋଜାଖୋଜି କରି ପରେ ସୁଦର୍ଶନଙ୍କ କୌଣସି ସନ୍ଧାନ ମିଳିନଥିଲା । ୬ ତାରିଖରେ ଟାଉନ୍ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଏମିତି ସ୍ଥିତିରେ ଜଙ୍ଗଲରେ ସୁଦର୍ଶନଙ୍କ ମୃତଦେହ ପଡିଥିବା ଜଣାପଡିଥିଲା । 

ତାଙ୍କର ହାତ ଓ ଗୋଡ କଟାଯାଇ କେହି ଫିଙ୍ଗିଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । କିଏ ଓ କେଉଁ କାରଣରୁ ସୁଦର୍ଶନଙ୍କୁ ହତ୍ୟା କରିଛି ତାର ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.