କନ୍ଧମାଳ ୦୨/୧୧: ଆମ୍ବ ଟାକୁଆ ନୁହେଁ, ଫୁଡ ପଏଜନରୁ ମୃତ୍ୟୁ ହୋଇଛି । ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଆସିଛି ପ୍ରାଥମିକ ରିପୋର୍ଟ । ଏ ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଖାଦ୍ୟ ଓ ପାନୀୟ ନମୁନା ଫୁଡ୍ ସେଫ୍ଟି ଏଜେନ୍ସିକୁ ପରୀକ୍ଷା ପାଇଁ ପଠାଯାଇଛି । ୭୨ ଘଣ୍ଟାରେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ଶୁକ୍ରବାର ସକାଳୁ ଦାରିଙ୍ଗିବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁର ୮ ଜଣ ମହିଳା ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବେବି ବ୍ରହ୍ମପୁର MKCG ମେଡିକାଲରେ ୬ ଜଣ ଅସୁସ୍ଥଙ୍କ ଚିକିତ୍ସା ଚାଲିଛି । ଶୁକ୍ରବାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।