ଓଡ଼ିଆ ପକ୍ଷ ପାଳନକୁ ନେଇ ବିଜେଡିର କଟାକ୍ଷ, ପ୍ରସନ୍ନ ଆଚାର୍ଯ୍ୟ କହିଲେ- ‘ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ’

Published By : Prameya-News7 Bureau | March 30, 2025 IST

ଭୁବନେଶ୍ବର ୩୦: ଓଡ଼ିଆ ପକ୍ଷ ପାଳନକୁ ନେଇ କଟାକ୍ଷ କଲା ବିଜେଡି । ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି । ଏମିତିରେ କି ପକ୍ଷ ପାଳନ କରିବେ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଓଡ଼ିଶା ସରକାର ୧୦ ମାସରେ କେତେ କେନ୍ଦ୍ରୀୟ ଅନୁଦାନ ପାଇଛନ୍ତି, ତାର ହିସାବ ଦେବେ କି ସରକାର । କେନ୍ଦ୍ର ସରକାର ପ୍ରତ୍ୟେକ ଦିନ ରାଜ୍ୟର ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ଯାହା ନବୀନଙ୍କ ସମୟରେ କରାଯାଇଥିଲା କେତେ ଭାରତ ସରକାର ପାଳନ କଲେ । ଏହା କେବଳ ପ୍ରହେଳିକା । ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ବିନା ଭୟରେ ବିନା ରାଜନୀତିରେ ନିଜର ପକ୍ଷ ଜୋରଦାର ଉପସ୍ଥାପନ କରନ୍ତୁ । ନିର୍ବାଚନ ଜିତିବା ପାଇଁ ଅସ୍ମିତା କଥା କହିଲ, ହେଲେ କାର୍ଯ୍ୟ କରି ଦେଖାଅ । ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତା କ୍ଷୁର୍ଣ୍ଣ  କରୁଛ । ତେଣୁ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର ବୋଲି ପ୍ରସନ୍ନ କହିଛନ୍ତି ।

ଏ ସରକାର ସବୁବେଳେ ଦୋଛକିରେ । କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ରାସ୍ତା ମିଳୁନି ସରକାରକୁ ବୋଲି ପ୍ରସନ୍ନ କହିଛନ୍ତି ।


You Can Read:

ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.