କନ୍ଧମାଳ ଆମ୍ଵ ଟାକୁଆ ଖାଇ ମୃତ୍ୟୁ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି

Published By : Prameya-News7 Bureau | November 06, 2024 IST

ଭୁବନେଶ୍ବର ୬।୧୧: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି । ଆଦିବାସୀ ମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି କଲା ବିଜେଡି ।ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ । ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ନିଜ ନିଜ ବେପାରରେ ବ୍ୟସ୍ତ। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଞ୍ଚିବାର ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା ତାହା ୪ ମାସ ମଧ୍ୟରେ କିପରି ଭୁଶୁଡି ପଡିଲା । କାହିଁକି ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ । ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଞ୍ଚିବା କଥା କିନ୍ତୁ କନ୍ଧମାଳ କେସ୍ ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ । ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି । ମନ୍ତ୍ରୀମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ, ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ ।   ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ ନିଜ ବେପାରରେ ବ୍ୟସ୍ତ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏଆସେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।

ସେପଟେ ବିଜେପି ଉପସଭାପତି ସୁକେସି ଓରାମ କହିଛନ୍ତି, ଆଦିବାସୀ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ସେମାନେ ଗ୍ରହଣ କରନ୍ତି l ବିଗତ କିଛି ଦିନ ତଳେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥଲା । ୨ ଜଣ ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି l ସେଥିପାଇଁ ଆମ ସ୍ବାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ ଭେଟିଥିଲେ l ସରକାରୀ ଦଳ ଚାଉଳ ଯୋଗାଇ ଦେଉନାହିଁ, ବିରୋଧୀଙ୍କ ଏ ଅଭିଯୋଗ ମିଥ୍ୟା l ଫୁଡ୍ ହାବିଟ୍ ଅନୁଯାୟୀ କେବେ କେବେ ତାହା ବିଷାକ୍ତ ହୋଇଯାଏ l ନବରଙ୍ଗପୁରରେ ୨୦୧୮, ରାୟଗଡ଼ାରେ ୨୦୧୬ରେ ବିଜୁ ଜନତା ଦଳ ସରକାର ସମୟରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା । ସେତେବେଳ ତାଙ୍କ ମୁଖ୍ୟମନ୍ତ୍ରୀ, ଯୋଗଣ ମନ୍ତ୍ରୀ ଗିରଫ ହୋଇଥିଲେ କି ? ଇସ୍ତଫା ଦେଇଥିଲେ କି ? ଏହାସହ ସେମାନେ ଉତ୍ତର ରଖିବା କଥା ଯେ, ସେମାନେ କିପରି ଜମିଜମା ବିକ୍ରିବଟା କରି ଅଧିବାସୀ ମାନଙ୍କୁ ତଳିତଳାନ୍ତ କରିଥିଲେ ତାହା ଭୁଲିଯାଉଛନ୍ତି l ଆମ ସରକାର ଆଦିବାସୀ ଙ୍କ ପାଇଁ ଯତ୍ନବାନ ଅଛି l 


You Can Read:

ବିଜେପିରେ ଯୋଗଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.