ଭୁବନେଶ୍ବର ୧୧।୧୨: ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେ ସଙ୍ଗେ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସୂଚନା ଦେଇଛନ୍ତି ।
ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି କାର୍ଯ୍ୟକ୍ଷମ ରହିଥିବାରୁ ଆଳୁ ସଂରକ୍ଷଣରେ ସମସ୍ୟା ଦେଖାଦେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ୫୮ ବ୍ଲକ୍ରେ ପିପିପି ମୋଡ଼ରେ, ହାଇବ୍ରିଡ଼ ମୋଡ଼ରେ ଶୀତଳ ଭଣ୍ଡାର ଲାଗି ଆହ୍ୱାନ କରାଯାଇଛି ।
ଆଗାମୀ ଦିନରେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ କିପରି ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ।
ସେପେଟ ବିଧାନସଭାରେ ଡାଇବେଟିସ୍ ଆଳୁକୁ ନେଇ ଚର୍ଚ୍ଚା । ଓଡ଼ିଶାରେ ଡାଇବେଟିସ୍ ଆଳୁ ଉତ୍ପାଦନ ନେଇ କୃଷି ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର । ଉପ ମୁଖ୍ୟମନ୍ତ୍ରୀ କହିଲେ ଡାଇବେଟିସ୍ ଆଳୁ ନେଇ ବିଧାୟକଙ୍କ ଠାରୁ ପ୍ରସ୍ତାବ ନେବି ।
You Can Read:
ରାତିରେ ଲୁଚି କରୁଥିଲେ ଶିକାର, ବନ ବିଭାଗ ହାତରେ ଧରାପଡିଲେ ୬ ଶିକାରୀ