ନୀଳଗିରି ୨୭।୮: ବାଲେଶ୍ୱର ଜିଲ୍ଲାରେ ନୀଳଗିରି ବିଜେଡି ତରଫରୁ ଉପ ଜିଲ୍ଲାପାଳ ଅଫିସ ଆଗରେ ଧାରଣା । ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ଏହି ଗଣଧାରଣା ଦିଆଯାଇଛି । ବିଜେପି କ୍ଷମତାକୁ ଆସିବା ପାଇଁ ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବା ଅଭିଯୋଗ ଆସିଛି । ବିଦ୍ୟୁତ ବିଲ୍ ୩୦୦ ୟୁନିଟ ଛାଡ଼ ସହ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା କରିବା ପ୍ରତିଶ୍ରୁତି ଦେଇଥିଲେ । ଏଭଳି ଅନେକ ପ୍ରତିଶୃତି ପାଣିର ଗାର ପାଲଟିଛି । ଏହାର ସମାଧାନ ପାଇଁ ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ସହରରେ କରିବା ପରେ ନୀଳଗିରି ଉପଜିଲ୍ଲାପାଳ ଅଫିସରେ ଗଣଧାରଣା ଦିଆଯାଇଛି । ଏଥିରେ ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ଵର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି, ଯୁବ ବିଜେଡି ଜିଲ୍ଲା ସଭାପତି ତାପସ ପରିଡା, ଏନଏସି ସଭାପତି ରବୀନ୍ଦ୍ର ପରିଡା, ଜିଲ୍ଲା ବ୍ଲକ ଅଧକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧକ୍ଷା ଅମ୍ବିକା ଦାସ, ଆଦିବାସୀ ମହିଳାନେତ୍ରୀ ସୁନୀତି ସିଂଙ୍କ ସମେତ ବହୁ ବିଜେଡି ନେତା ଓ ନେତ୍ରୀ, କର୍ମୀମାନେ ଉପସ୍ଥିତ ଥିଲେ । ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି ।
You Can Read:
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ