ତାମିଲନାଡ଼ୁରେ AIADMK-ବିଜେପି ମଧ୍ୟରେ ମେଣ୍ଟ, ଶାହ କହିଲେ-୨୦୨୬ରେ ରାଜ୍ୟରେ ଏନଡିଏ ସରକାର

Published By : Prameya-News7 Bureau | April 11, 2025 IST

ଚେନ୍ନାଇ: ତାମିଲନାଡ଼ୁରେ ପୁଣି ଥରେ AIADMK ଓ କେନ୍ଦ୍ରରେ ଶାସନରେ ଥିବା ବିଜେପି ମଧ୍ୟରେ ମେଣ୍ଟ ହୋଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପ୍ପାଦୀ କେ ପଲାନୀସ୍ୱାମୀଙ୍କ (EPS)ଙ୍କ ନେତୃତ୍ୱରେ ଦୁଇ ଦଳ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ଚେନ୍ନାଇରେ ଏକ ସଂଯୁକ୍ତ ପ୍ରେସ୍ କନଫରେନ୍ସିଂରେ ମେଣ୍ଟ ନେଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବି ଦଳ ମଧ୍ୟରେ ମେଣ୍ଟ ଥିଲା ।

ଅମିତ୍ ଶାହ କହିଛନ୍ତି, ଆଜି ଏଆଇଏଡିଏମକେ ଓ ବିଜେପି ନେତା ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଉଭୟ ଦଳ ଏକ ହୋଇ ଲଢିବେ । ଶାହ କହିଛନ୍ତି ଯେ ଆସନ ବୁଝାମଣା ଓ ସରକାର ଗଠନ ପରେ ମନ୍ତ୍ରଣାଳୟ, ଏହି ଦୁଇ ପ୍ରସଙ୍ଗ ଉପରେ ପରେ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ତରରେ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଓ ତାମିଲନାଡ଼ୁରେ EPSଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ । ଶାହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମେଣ୍ଟ ସରକାର ପଲାନୀସ୍ୱାମୀ ମୁଖ୍ୟମନ୍ତ୍ରୀ ଚେହେରା ହେବେ ।

ସାମ୍ୱାଦିକ ସମ୍ମିଳନୀରେ ଅମିତ୍ ଶାହଙ୍କ ସହ ପଲାନୀସ୍ୱାମୀ ଓ ବିଜେପି ନେତା ଆନ୍ନାମଲାଇ ଉପସ୍ଥିତ ଥିଲେ । ଏହି ଅବସରରେ ଶାହ ୧୯୯୮ ଲୋକସଭାରେ ମିଳିଥିବା ବଡ଼ ବିଜୟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେତେବେଳେ ବିଜେପି ଓ ଏଆଇଏଡିଏମକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନେତୃତ୍ୱରେ ମେଣ୍ଟ କରିଥିଲା । ବିଜେପି-ଏଆଇଏଡିଏମକେ ମେଣ୍ଟ ତାମିଲନାଡ଼ୁରେ ୩୯ ଲୋକସଭା ଆସନରୁ ୩୦ ଜିତିଥିଲା ।

Also Read: ଆନ୍ନାମଲାଇଙ୍କ ସ୍ଥାନ ନେବେ ଏନ୍.ନାଗେନ୍ଦ୍ରନ୍, ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ବିଜେପି ବିଧାୟକ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.