ରାଜ୍ୟ ବିଜେପି ସଭାପତିଙ୍କୁ ଦିଲ୍ଲୀ ଡାକରା, ୨୦୨୪ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଦେବେ ଜେ.ପି. ନଡ୍ଡା

Published By : Prameya-News7 Bureau | December 06, 2023 IST

ଭୁବନେଶ୍ବର ୬।୧୨: ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତିନି ରାଜ୍ୟରେ ବିଜେପିର ବାଜିମାତ୍ ପରେ ମନମୋହନଙ୍କୁ ଦିଲ୍ଲୀ ଡାକରା ଆସିଛି । ଆଗାମୀ ଦିନରେ ଦଳର ରଣନୀତି ନେଇ ଆଲୋଚନା ହେବ । ତିନି ରାଜ୍ୟରେ ନିର୍ବାଚନ ଜିତିବା ପରେ ଆଗାମୀ ଦିନ ପାଇଁ ଓଡ଼ିଶା ପାଇଁ ଖସଡ଼ା ପ୍ରସ୍ତୁତ କରୁଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ମନମୋହନଙ୍କର ହେବ ସାକ୍ଷାତ । ମନମୋହନଙ୍କ ସହ ସିଧାସଳଖ ଆଲୋଚନା କରିବେ ଜେ.ପି. ନଡ୍ଡା । ୨୦୨୪ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଦେବେ ନଡ୍ଡା ।

ଚଳିତ ମାସ ଶେଷ ଆଡ଼କୁ ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିପାରନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଆସିବା ନେଇ ଦଳୀୟ ମହଲରୁ ସୂଚନା ମିଳିଛି ।

You Can Read :

wp:embed {"url":"https://www.prameyanews7.com/anaconda-dies-at-nandankanan-zoological-park/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anaconda-dies-at-nandankanan-zoological-park/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.