ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ; ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ୍

Published By : Prameya-News7 Bureau | February 13, 2024 IST

ମୁମ୍ବାଇ: ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ । କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ। ମୁମ୍ବାଇ ବିଜେପି ମୁଖ୍ୟାଳୟରେ ସେ ପହଁଞ୍ଚି ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଓ ବରିଷ୍ଠ ନେତାଙ୍କ ଉପସ୍ଥିତରେ ସଦସ୍ୟତା ଗ୍ରହଣ କରିଛନ୍ତି । କୁହାଯାଉଛି, ବିଜେପି ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବ । ଅଶୋକ ଚୌହାନଙ୍କ ସହିତ କଂଗ୍ରେସ ପୂର୍ବ ଏମଏଲସି ରାଜୁକର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।  କଂଗ୍ରେସ ଛାଡ଼ିଥିବା ଏହି ବରିଷ୍ଠ ନେତା ଆଜି ସକାଳେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । ସେ ସୋମବାର କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ଅନ୍ୟ ସମସ୍ତ ପଦରୁ ଇସ୍ତଫା ଦେଇଥିଲେ ।

wp:html /wp:html

ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଶୋକ ଚୌହାନ । ତାଙ୍କ ସହିତ ଅନ୍ୟ ୩ଜଣ ବିଧାୟକ ତଥା ସୁଭାଷ ଧୋତେ, ଜିତେଶ ଅନ୍ତରପୁରତର ଏବଂ ଅମର ରାଜପୁରକର ମଧ୍ୟ ପାର୍ଟି ବଦଳାଇ ପାରନ୍ତି । ରାଜ୍ୟସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ବଡ଼ ଝଟକା ।  ଅଶୋକ ଚୌହାନ ୨୦୦୮-୧୦ ଯାଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ବାପା ଏସବି ଚୌହାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ । ଆଦର୍ଶ କୋ-ଅପୋରେଟିଭ୍ ହାଉସିଂ ସୋସାଇଟି ସ୍କାମ ପରେ ଅଶୋକ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅଭିଯୋଗ ଥିଲା ଯେ ସେନାର ଜମିକୁ ରାଜନେତା ଏବଂ ସୈନ୍ୟ ଅଧିକାରୀମାନେ ହଡ଼ପ କରି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.