ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର ଜାରି କରିଛି । ଭାରତୀୟ ଜନତା ପାର୍ଟି ଏହାକୁ 'ସଙ୍କଳ୍ପ ପତ୍ର' ନାଁ ରଖିଛି । ଏଥିରେ ଦଳ ରାଜ୍ୟବାସୀଙ୍କୁ ୨୦ଟି ପ୍ରତିଶ୍ରୁତି ଦେଇଛି । ରୋହତକରେ ଇସ୍ତାହାର ଘୋଷଣା ବେଳେ ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି ଉପସ୍ଥିତ ଥିଲେ ।
ସଙ୍କଳ୍ପ ପତ୍ର ଜାରି କରି ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି କହିଛନ୍ତି, ବିଜେପି ସରକାର ୫ବର୍ଷ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି । ୨୦୧୪ରେ ବିଜେପି ନିର୍ବାଚନ ବେଳେ ଇସ୍ତହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିଛି । ହରିୟାଣାରେ ମୋଟ୍ ୧୮୭ଟି ପ୍ରତିଶ୍ରୁତି ପାଳନ କରିଛି । ଏଥର ବି ମେନ୍ୟୁଫେଷ୍ଟୋରେ ରହିଥିବା ସମସ୍ତ ୨୦ଟି ଦାବି ପୂରଣ କରାଯିବ ।
୧. ରାଜ୍ୟର ସମସ୍ତ ମହିଳାଙ୍କୁ 'ଲାଡୋ ଲକ୍ଷ୍ମୀ' ଯୋଜନାରେ ପ୍ରତି ମାସ ୨୧୦୦ ଟଙ୍କା ଲେଖାଏଁ ଦିଆଯିବ ।
୨. ରାଜ୍ୟରେ ୧୦ରୁ ଅଧିକ ଉଦ୍ୟୋଗୀ ସହର ନିର୍ମାଣ କରାଯିବ । ପ୍ରତି ସହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ କମ୍ପାନୀଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦିଆଯିବ ।
୩.ଚିରାୟୁ ଆୟୁଷ୍ମାନ ଯୋଜନାଚରେ ପ୍ରତି ପରିବାରକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସ୍ବତନ୍ତ୍ର ଭାବେ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯିବ ।
୪. ୨୪ଟି ଫସଲକୁ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କିଣା ଯିବ ।
୫. ୨ ଲକ୍ଷ ଯୁବକଙ୍କୁ ‘ବିନା ପର୍ଚି ବିନା ଖର୍ଚ୍ଚି’ରେ ପକ୍କା ସରକାରୀ ଚାକିରି ଦିଆଯିବ ।
୬. ୫ଲକ୍ଷ ଯୁବକଙ୍କ ପାଇଁ ଅନ୍ୟ ରୋଜଗାର ବ୍ୟବସ୍ଥା କରାଯିବ ଏବଂ ନ୍ୟାସନାଲ ଅପ୍ରେଣ୍ଟିସ୍ ଜରିଆରେ ଭତ୍ତା ବ୍ୟବସ୍ଥା କରାଯିବ ।
୭. ସହର ଏବଂ ଗ୍ରାମୀଣ କ୍ଷେତ୍ରରେ ୫ଲକ୍ଷ ଆବାସ ଘର ବଣ୍ଟନ କରାଯିବ ।
୮. ପ୍ରତି ଜିଲ୍ଲାରେ ଅଲିମ୍ପିକ୍ସ ଖେଳ ପାଇଁ ନର୍ସରୀ ବ୍ୟବସ୍ଥା ରହିବ ।
୯. ହରିୟାଣାରେ ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ଚାକିରି ବ୍ୟବସ୍ଥା କରାଯିବ ।