ବିରୋଧୀଙ୍କୁ ଚେକ୍ ଦେବାକୁ ବିଜେପିର ରଣନୀତି; ୧୮ରେ ଏନଡିଏ ବୈଠକ, ଅଧ୍ୟକ୍ଷତା କରିବେ ପିଏମ୍

Published By : Prameya-News7 Bureau | July 16, 2023 IST

ନୂଆଦିଲ୍ଲୀ,୧୬/୦୭: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତାପାର୍ଟିର ଘର ସଜଡ଼ା ଆରମ୍ଭ । ବିରୋଧୀଙ୍କୁ ଚେକ୍ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ବିଜେପି ଓ ତାହାର ସହଯୋଗୀ ଦଳଙ୍କୁ ଏକାଠି କରିବାକୁ ଏକ ବୈଠକ ଡାକିଛି । ଅପରାହ୍ଣ ୫ଟାରେ ନୂଆଦିଲ୍ଲୀର ଅଶୋକା ହୋଟେଲରେ ଏହି ମିଟିଂ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଅଧ୍ୟକ୍ଷତା କରିବେ । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବୈଠକ ପାଇଁ ସହଯୋଗୀ ଦଳମାନଙ୍କୁ ନିମନ୍ତ୍ରଣ ଦେବା ଆରମ୍ଭ କରିଦେଇଛନ୍ତି । ବିହାରରେ ଏଲଜେପି ମୁଖ୍ୟ ତଥା ସାଂସଦ ଚିରାଗ ପାଶ୍ବାନ ଏବଂ ହାମ୍‌ ମୁଖ୍ୟ ଜିତନ ରାମ ମାଁଝୀଙ୍କୁ ବୈଠକରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି ।

wp:embed {"url":"https://www.prameyanews7.com/bjp-chief-writes-to-chirag-paswan-to-attend-nda-meeting-on-july-18/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-chief-writes-to-chirag-paswan-to-attend-nda-meeting-on-july-18/
/wp:embed

ସେହିଭଳି ଅକାଳୀ ଦଳ ଓ ଟିଡିପିକୁ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି । ବୈଠକରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପିର ବିଦ୍ରୋହୀ ନେତା ଅଜିତ ପାୱାର ସାମିଲ ହେବେ । ଉତ୍ତର-ପୂର୍ବାଞ୍ଚଳର କିଛି ଦଳକୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି ।

wp:embed {"url":"https://www.prameyanews7.com/suspense-end-over-maharashtra-cabinet-expansion/","type":"wp-embed","providerNameSlug":"prameya-news-7"}
https://www.prameyanews7.com/suspense-end-over-maharashtra-cabinet-expansion/
/wp:embed

ସେପଟେ ଆସନ୍ତା ୧୭-୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ହେବାକୁ ଯାଉଛି । ବୈଠକରେ ବିଜେପି ବିରୋଧୀ ୨୫ଟି ଦଳ ସାମିଲ ହେବେ । ୧୭ ତାରିଖରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିରୋଧୀ ଦଳମାନଙ୍କୁ ଡିନର ଦେବେ । ବୈଠକରେ ସାମିଲ ହେବାକୁ ଆପ୍‌କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଗତ ଜୁନ୍ ୨୩ରେ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ବିରୋଧୀ ଦଳର ପ୍ରଥମ ବୈଠକ ବସିଥିଲା । ଏଥିରେ ୧୭ଟି ଦଳର ନେତା ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.