ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରେଖା ଗୁପ୍ତା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଶାଲିମାରବଗରୁ ସେ ବିଧାନସଭା ଆସନ ଜିତିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ରାମଲୀଲା ମଇାନରେ ଆୟୋଜିତ ଶପଥ ସମାରୋହରେ ଶପଥ ଗ୍ରହଣ କରିବେ। ରେଖା ଗୁପ୍ତା ହେଉଛନ୍ତି ୨୭ ବର୍ଷ ପରେ ବିଜେପି ଜାତୀୟ ରାଜଧାନୀର କ୍ଷମତା ହାତେଇଛି।
#WATCH | BJP MLAs and party leaders congratulate Rekha Gupta as she is set to become the new Chief Minister of Delhi pic.twitter.com/1nzwZdOMdz
— ANI (@ANI) February 19, 2025
ଆଜି ବିଧାୟକ ଦଳ ବୈଠକରେ ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଏବଂ ଓମ ପ୍ରକାଶ ଧନଖଡ଼ ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରି ମତାମତ ନେବା ପରେ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନେତା ଦୌଡ଼ରେ ଥିଲେ। ତେବେ ରେଖା ଗୁପ୍ତା ସମସ୍ତଙ୍କୁ ପଛରେ ପକାଇ ରାଜଧାନୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ନାଁ ଘୋଷଣା ହେବା ସହିତ, ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି।
ଗୁରୁବାର ସକାଳ ୧୧ଟା ପରେ ଭବ୍ୟ ଶପଥ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ୨୦ ରୁ ୩୦ ହଜାର ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ନିବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦିଲ୍ଲୀ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଦେବିନ୍ଦର ଯାଦବଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏହା ବ୍ୟତିତ ବିଜେପିର ପ୍ରମୁଖ ନେତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଶପଥଗ୍ରହଣ ସମାରୋହରେ ସାମିଲ ହେବେ।