ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗୋଟିଏ ପରିବାରର ୬ଜଣ ମୃତ

Published By : Prameya-News7 Bureau | February 21, 2025 IST

ନୂଆଦିଲ୍ଲୀ: ବିହାର ଭୋଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରୟାଗରାଜ ମହାକୁମ୍ଭରୁ ଫେରିଲା ବେଳେ ଚାଲିଗଲା ଜୀବନ । ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ କିପରି ହେଲା ଏତେ ବଡ଼ ଦୁର୍ଘଟଣା ତାହାର ଯାଞ୍ଚ କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବିହାର ଆରା-ମୋହିନିଆ ନ୍ୟାସନାଲ ହାଇଓ୍ବେରେ ହୋଇଛି । ଜଗଦିଶପୁର ଥାନା ଅନ୍ତର୍ଗତ ଦୁହ୍ଲନଗଞ୍ଜ ବାଜର ନିକଟରେ ମହାକୁମ୍ଭରୁ ଫେରୁଥିବା ପରିବାର ରାସ୍ତା ପାର୍ଶ୍ବରେ କାର୍ ଛିଡ଼ା କରିଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ସମସ୍ତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଏବଂ ୨ଜଣ ପୁରୁଷ ସାମିଲ୍ ଅଛନ୍ତି ।    

ବିହାର ଏହି ପରିବାର ପ୍ରୟାଗରାଜ ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିଲେ । ପ୍ରୟାଗ ସଙ୍ଗମରୁ ପାଟଣା ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ମୃକଦେହକୁ ଉଦ୍ଧାର କରିଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା ତା’ର ଖୋଳତାଡ଼ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.