ବୋନି କପୁର ତିଆରି କରିବେ ଓଡ଼ିଆ ଫିଲ୍ମ, ପ୍ରେସମିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | February 12, 2025 IST

ଭୁବନେଶ୍ୱର12/02 :  ବଲିଉଡ୍, ଟଲିଉଡ୍ ପରେ ଏବେ ଓଲିଉଡ୍ ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର। ଜୀବନରେ ଅନେକ ହିଟ୍ ଫିଲ୍ମ ଦେବା ପରେ ଏବେ ବୋନି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମୁହାଁ। ବଲିଉଡ୍  ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋନି କପୁରଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ଫିଲ୍ମ ତିଆରି ହେବ।  ପ୍ରେସମିଟ୍ କରି ଦେଲେ ସୂଚନା।

ବୋନି କପୁର କହିଛନ୍ତି, ଭିନ୍ନ ଭିନ୍ନ ଭାଷାରେ ଫିଲ୍ମ ତିଆରି କରିଛି। ଆଗକୁ ଓଡ଼ିଆ ଭାଷାରେ ବି ତିଆରି କରିବାରେ ଇଚ୍ଛା, ଯାହା କି ମୁଁ କରିବି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବୋନି । ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ବି ହାତ ବଢାଇବେ ବୋଲି କହିଛନ୍ତି। 

 ବୋନି କପୁର ଆହୁରି କହିଛନ୍ତି ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ ।  ବୋନି କପୁରଙ୍କ ନିଷ୍ପତିକୁ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସ୍ବାଗତ କରିଛନ୍ତି। ଏହାଦ୍ବାରା ସିନେ ପ୍ରୋଜୋଜକ, ଅଭିନେତା ଅଭିନେତ୍ରୀଙ୍କ ସମେତ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଫାଇଦା ପାଇବେ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.