ମୁମ୍ଵାଇ ୧୨।୧୨; ରାଜସ୍ଥାନର ଦୌସା ଜିଲ୍ଲାର ଏକ ବୋରୱେଲରେ ପଡ଼ିଥିବା ଜଣେ ପାଞ୍ଚ ବର୍ଷର ଶିଶୁକୁ ପ୍ରାୟ ୫୭ ଘଣ୍ଟା ପରେ ବୁଧବାର ଦିନ ବାହାରକୁ ଅଣାଯାଇଥିଲା।ହେଲେ ତାଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ । ଯୁଦ୍ଧକାଳିନ ଅପରେସନ୍ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ଆର୍ଯନକୁ।
କହିବାକୁ ଗଲେ ଆର୍ଯ୍ୟନ୍ ଖେଳୁ ଖେଳୁ ୧୪୭ ଫୁଟ୍ର ବୋରଓ୍ୱେଲ ଗାତରେ ଖସି ପଡିଥିଲା। ଗତ ସୋମବାର ଠାରୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍ ଚାଲିଥିଲା। ଜେସିବି ସାଙ୍ଗକୁ ମେସିନ ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶେଷରେ ତାକୁ ବୋରଓ୍ୱେଲ ଗାତ ଭିତରୁ ଉଦ୍ଧାର କରାଯାଇଥିଲା।
ଅଧିକାରୀ କହିଛନ୍ତି ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ। ସରକାରୀ ଜିଲ୍ଲା ଡାକ୍ତରଖାନା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, "ପିଲାଟିକୁ ଏଠାକୁ ଅଣାଯାଇଥିଲା । ଆମେ ଦୁଇଥର ECG କରିଥିଲୁ ଏବଂ ବଞ୍ଚାବା ପାଇଂ ବହୁ ଚେଷ୍ଟା କଲେ ହେଲେ ପରେ ମୃତ କରାଯାଇଥିଲା।