ଓଡିଆ ପୁଅ ପାଇବେ ଜାତୀୟ ହସ୍ତଶିଳ୍ପ ପୁରସ୍କାର, ୨୦୨୩ ବର୍ଷ ପାଇଁ ହେଲେ ମନୋନୀତ

Published By : Prameya-News7 Bureau | September 03, 2024 IST

ଚଣ୍ଡିଖୋଲ ୦୩।୦୯ : ୨୦୨୩ ବର୍ଷ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା ହୋଇଛି । ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁଭଦ୍ରାପୁର ଗାଁର ପଥରଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା । 

ବ୍ରହ୍ମାନନ୍ଦ ୧୫ ଇଞ୍ଚର ଯୋଗେଶ୍ୱର କୃଷ୍ଣ ପଥର ମୂର୍ତ୍ତି ନିର୍ମାଣ କରିଥିଲେ । ଯେଉଁଥି ପାଇଁ ସେ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ବର୍ଷ ବର୍ଷ ଧରି ପଥର ଶିଳ୍ପକୁ ଆପଣାଇଛନ୍ତି ବ୍ରହ୍ମାନନ୍ଦ । ପୂର୍ବରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଥିବା ବେଳେ ଏଥର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଂଶସାର ସୁଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.