ପିପିଲିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ଯାତ୍ରୀ ମୃତ, ୨୦ ରୁ ଅଧିକ ଗୁରୁତର

Published By : Prameya-News7 Bureau | April 06, 2025 IST

ପିପିଲି ୦୬।୦୪ : ପିପିଲିରେ ଓଲଟିଲା ଟୁରିଷ୍ଟ ବସ । ପିପିଲି ସିଫା ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପିପିଲି ପୋଲିସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

ଖବର ଅନୁଯାୟୀ, ବାଂଲାଦେଶରୁ ପର୍ଯ୍ୟଟକମାନେ ଏକ ବସ୍‌ ଯୋଗେ ପୁରୀ ଆସିଥିଲେ। ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି । ଦୁଇଟି ବସ ଯୋଗେ୧୪୦ ଜଣ ପର୍ଯ୍ୟଟକ ଓଡିଶାର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥ କ୍ଷେତ୍ର ଭ୍ରମଣରେ ଆସିଥିଲେ । ଶନିବାର ଦିନ କାଶୀ ବିଶ୍ବନାଥ ଦର୍ଶନ ସାରି ବାଲେଶ୍ୱର ବୁଲିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ରାତି ପ୍ରାୟ ୨ଟା ସମୟରେ ପିପିଲି ସିଫା ନିକଟରେ ପର୍ଯ୍ୟଟକଙ୍କ ଗୋଟିଏ ବସ ଭାରସାମ୍ୟ ହରାଇ ଓଲଟି ପଡିଛି। ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସକୁ ଡ୍ରାଇଭର ବଦଳରେ ହେଲପର ଚଲାଉଥିଲା । ଘଟଣାସ୍ଥଳରେ ପିପିଲି ପୋଲିସ ତଦନ୍ତ ଚଳାଇଛି ।

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.