୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଦେବେ ଯୋଗ

Published By : Prameya-News7 Bureau | April 07, 2025 IST

ଭୁବନେଶ୍ୱର ୦୭।୦୪ : ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । 

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହେବ । ଯେପରିକି IOCL, ISPRL ଓ ପେଟ୍ରୋନେଟ LNG ସହ ବୁଝାମଣା । ଏହାସହ ନୋଏଡାର HCL ଟେକ୍ନୋଲୋଜି ସହ ଓଡ଼ିଶାରେ ନିବେଶ ପାଇଁ ମଧ୍ୟ କଥା ହେବେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡ଼ିଶାରେ  ନିବେଶକଙ୍କ ପାଇଁ  ଭିତ୍ତିଭୂମି  ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ଓ ନିଯୁକ୍ତି ବଢାଯିବ । ସେଥିପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଓଡିଶା ଟାର୍ଗେଟ ରଖିଛି।  

  • CM Mohan Majhi
  • CMO
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.