ରାଜ୍- ସିମରନ୍‌ଙ୍କ ପ୍ରେମର ସାକ୍ଷୀ ହେବ ଲଣ୍ଡନର ଲେସିଷ୍ଟର ସ୍କ୍ବୋୟାର, ସ୍ଥାପନ ହେବ DDLJର ଆଇକନିକ୍ ପୋଜ୍‌ର ମୂର୍ତ୍ତି

Published By : Prameya-News7 Bureau | April 09, 2025 IST

Amar Ujala

ନୂଆଦିଲ୍ଲୀ: ଡିଡିଏଲଜେ...  ଦିଲ୍‌ ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ... ୯୦ ଦଶକର ସବୁଠୁ ଲୋକପ୍ରିୟ ରୋମାଣ୍ଟିକ ସିନେମା। ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ହିନ୍ଦି ସିନେମାର ପରିଚୟ । ଏହି ସିନେମା ୯୦ ଦଶକର ପ୍ରତ୍ୟେକଙ୍କୁ ଶିଖାଇଛି ଭଲପାଇବାର ପ୍ରକୃତ ଅର୍ଥ । ଫିଲ୍ମ କେବଳ ଦେଶ ହିଁ ନୁହେଁ ବରଂ ବିଦେଶରେ ବି ହାସଲ କରିଛି ସଫଳତା। 

ତେବେ ଏହାରି ଭିତରେ ଫିଲ୍ମ ରିଲିଜ ହେବାର ଦୁଇ ଦଶନ୍ଧିରୁ ବିତିଯାଇଛି। ହେଲେ ଆଜିବି ଫିଲ୍ମଟି ଲୋକପ୍ରିୟ ହୋଇ ରହିଛି। ସିନେମାରେ ଶାହରୁଖ ଖାନଙ୍କ ରାଜ୍‌ ଏବଂ କାଜୋଲଙ୍କ ସିମରନ୍‌ ଚରିତ୍ର ସମସ୍ତଙ୍କ ମନରେ ଜୀବନ୍ତ ହୋଇ ରହିଛି। ଆଉ ଏହି ଦୁଇ ଦଶନ୍ଧି ଭିତରେ ଫିଲ୍ମ କରିଛି ଅନେକ ରେକର୍ଡ। ଯେଉଁଥିରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ଯାହା ଏହି ଫିଲ୍ମକୁ ଆହୁରି ଅଧିକ ଆଇକନିକ କରିବ। 

ରିପୋର୍ଟ ଅନୁଯାୟୀ, ଫିଲ୍ମରେ ଶାହରୁଙ୍କ ରାଜ୍‌ ଚରିତ୍ର ଏବଂ କାଜୋଲଙ୍କ ସିମରନ ଚରିତ୍ରର ବ୍ରୋଞ୍ଜ ମୂର୍ତ୍ତି ବ୍ରିଟେନର ଲିସେଷ୍ଟର ସ୍କ୍ବୋୟାରରେ ସ୍ଥାପନ କରାଯିବ। ଲଣ୍ଡନର ଲିସେଷ୍ଟର ସ୍କ୍ବୋୟାରରେ ଥିମା ‘ସିନ୍ସ ଇନ୍‌ ଦ ସ୍କ୍ବୋୟାର’ ମୁଭି ଟ୍ରେଲ୍‌ରେ ଏହି ନୂଆ ମୂର୍ତ୍ତିକୁ ଲଗାଯିବ। ଯାହା ୟଶରାଜ ଫିଲ୍ମସ ବ୍ୟାନରରେ ତିଆରି ହୋଇଥିବା ‘ଦିଲଓ୍ବାଲେ ଦୁଲ୍ହନିୟା ଲେ ଜାଏଁଙ୍ଗେ’ ପାଇଁ ଏକ ବଡ଼ ସମ୍ମାନ। 

ହାର୍ଟ ଅଫ୍‌ ଲଣ୍ଡନ ବିଜେନସ ଆଲାଏନ୍ସର ସୂଚନା ଅନୁସାରେ, ଶାହରୁଖ-କାଜେଲଙ୍କ ବ୍ରୋଞ୍ଜ୍‌ ମୂର୍ତ୍ତି ଲିସେଷ୍ଟର ସ୍କ୍ବୋୟାରlର ସ୍ଥାପିତ ସିନ୍ସ ଇନ ଦ ସ୍କ୍ବୋୟାରରେ ଲଗାଯିବ। ଯେଉଁଠାରେ ଏଭଳି ଅନେକ ଆଇକନିକ୍ ଫିଲ୍ମର ମୂର୍ତ୍ତି ଲଗାଯାଇଛି। ଆଲାଏନ୍ସର ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଓ୍ଵିଲିୟମ୍ସ କହିଛନ୍ତି, "ଡିଡିଏଲଜେ ଅନ୍ୟତମ ସଫଳ ବଲିଉଡ ଚଳଚ୍ଚିତ୍ର, ଯାହା ଲେଷ୍ଟର ସ୍କ୍ବୋୟାରକୁ ଏକ ପ୍ରମୁଖ ସ୍ଥାନ ଭାବେ ଚିତ୍ରଣ କରିଥିବା ପ୍ରଥମ ଚଳଚ୍ଚିତ୍ର। ଏହି ପ୍ରତିମୂର୍ତ୍ତି ବଲିଉଡର ବିଶ୍ୱବ୍ୟାପୀ ପ୍ରଭାବ ଏବଂ ଲଣ୍ଡନର ବିବିଧତାକୁ ସମ୍ମାନ ଦେଇଥାଏ। ଯାହା ସାରା ବିଶ୍ୱରୁ ପ୍ରଶଂସକମାନଙ୍କୁ ଆକର୍ଷିତ କରିବ।"

ବଡ଼ କଥା ହେଲା ଲଣ୍ଡନର ଲେସିଷ୍ଟର ସ୍କ୍ବୋୟାରରେ ସ୍ଥାପିତ ହେବାରେ ଏହା ପ୍ରଥମ ଭାରତୀୟ ଫିଲ୍ମ ହୋଇଛି। ଚଳିତ ବର୍ଷ ଅର୍ଥାତ ୨୦୨୫ ଅକ୍ଟୋବରରେ ଡିଡିଏଲଜେର ରିଲିଜକୁ ୩୦ ବର୍ଷ ପୂରା ହୋଇଯିବ। ଆଉ ଏହା ପୂର୍ବରୁ ଫିଲ୍ମରେ ଶାହରୁଖ- କାଜୋଲଙ୍କ ଆଇକନିକ ପୋଜର ମୂର୍ତ୍ତିର ଅନାବରଣ ନିଶ୍ଚୟ ଗର୍ବର କଥା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.