ଖାନ୍‌ ପରିବାରରେ ଗୁଡ୍‌ନ୍ୟୁଜ୍‌, ୫୭ ବର୍ଷରେ ଦ୍ଵିତୀୟ ଥର ବାପା ହେବେ ଅରବାଜ

Published By : Prameya-News7 Bureau | April 17, 2025 IST

ମୁମ୍ଵାଇ ୧୭।୦୪; ବଲିଉଡ ଅଭିନେତା ଅରବାଜ ଖାନ। ନିକଟରେ ତାଙ୍କ ପତ୍ନୀ ଶୁରା ଖାନଙ୍କ ସହ କ୍ଲିନିକ୍ ବାହାରେ ଦେଖିବାକୁ ମିଳିଥିଲା। ଏହା ପରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ଭିଡିଓ ପୋଷ୍ଟ କରିବା ସମୟରେ ଶୁରା ଖାନ ଗର୍ଭବତୀ ଥିବା ଦାବି କରାଯାଇଛି। ଅରବାଜ ଏବଂ ଶୁରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ୫୭ ବର୍ଷ ବୟସରେ, ଅରବାଜ ଖାନ ଡିସେମ୍ବର ୨୦୨୩ରେ ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ମଲାଇକାଙ୍କ ଠାରୁ ଗୋଟିଏ ପୁଅ ଅଛି।

ଅରବାଜ ଖାନ ଏବଂ ଶୁରା ଖାନଙ୍କ ଭାଇରାଲ ଭିଡିଓରେ, ଶୁରା ଖାନ ତାଙ୍କ ବେବି ବମ୍ପକୁ ଢିଲା ପୋଷାକରେ ଲୁଚାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ, କ୍ୟାମେରାରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଏହି ଭିଡିଓ ଭାଇରାଲ ହେବା ପରେ, ପ୍ରଶଂସକମାନେ ଅରବାଜ ଏବଂ ଶୁରାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କିନ୍ତୁ ଅରବାଜ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଏହି ଖବରର କୌଣସି ସୂଚନା ମିଳିନାହିଁ। କିଛି ଦିନ ପୂର୍ବରୁ, ଖାନ ପରିବାର ଦ୍ୱାରା ଆୟୋଜିତ 'ଇଦ୍ ପାର୍ଟି' ସମୟରେ, ଶୁରାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ହୋଇଥିଲା। 

ଅରବାଜ ୩୧ ବର୍ଷ ବୟସରେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ୨୭ ବର୍ଷର ବିବାହ ପରେ ସେମାନେ ଦୁହେଁ ଅଲଗା ହୋଇଯାଇଥିଲେ। ଏବେ ତାଙ୍କ ପୁଅ ଅରାହାନ୍ ଖାନଙ୍କୁ ୨୩ ବର୍ଷ ହୋଇଛି। ମଲାଇକାଙ୍କ ଠାରୁ ଅଲଗା ହେବା ପରେ, ଅରବାଜ ୨୦୨୩ରେ ଶୁରା ବିବାହ କରିଥିଲେ ଏବଂ ଏବେ ୫୭ ବର୍ଷ ବୟସରେ ସେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ଏହି ଖବରରେ ଅରବାଜଙ୍କ ସହିତ ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ଖୁସି ଦେଖାଯାଉଛନ୍ତି। ୧୪ ଏପ୍ରିଲରେ ଭାଇଜାନଙ୍କୁ ପୁଣି ଥରେ ଧମକ ମିଳିବାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା, କିନ୍ତୁ ଏବେ ସଲମାନ ପୁଣି ଥରେ ଦାଦା ହେବାକୁ ଯାଉଛନ୍ତି। ଏହି ଖବର ଶୁଣି ସେମାନେ ବହୁତ ଖୁସି ଥିବା ପରି ମନେ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.