ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ରାଜ୍ୟ ସରକାର ଦେଲେ ନିଯୁକ୍ତି

Published By : Prameya-News7 Bureau | April 09, 2025 IST

ଭୁବନେଶ୍ୱର ୦୯।୦୪ : ଗଠନ ହେଲା ନୂଆ ସୂଚନା କମିଶନ। ଅବସରପ୍ରାପ୍ତ IAS ମନୋଜ କୁମାର ପରିଡ଼ାଙ୍କୁ ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହାସହ ଆଉ ତିନି ଜଣଙ୍କୁ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି ।ତେବେ ନିଯୁକ୍ତ ହୋଇଥିବା ତିନି ସଦସ୍ୟଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ପବିତ୍ର ମଣ୍ଡଳ ରହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.