ଆଜି ଓଡିଶା ପାଇଁ ଏକ ଭଲ ଦିନ, ଓଡ଼ିଶାରେ ସଡ଼କ ଭିତ୍ତିଭୂମି ମଜବୁତ ହେବ: ଧର୍ମେନ୍ଦ୍ର

Published By : Prameya-News7 Bureau | April 17, 2025 IST

ଭୁବନେଶ୍ଵର: ଆଜି ଓଡିଶା ପାଇଁ ଏକ ଭଲ ଦିନ । ରାଜ୍ୟରେ ପ୍ରାୟ ୪୧୩୭ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦ୍ୟୋୟ ମିଶନରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ ମଜବୁତ୍ କରିବ । ଲୋକଙ୍କ ଯାତାୟାତ ସହଜ ହେବ, ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି,  ଏହି ୧୯ଟି ପ୍ରକଳ୍ପରେ ସ୍ଥାନୀୟ ଏବଂ ରାଜ୍ୟ ଅର୍ଥନୀତି ଅଧିକ ମଜବୁତ ହେବ । ଏହି ସବୁ ପ୍ରକଳ୍ପ ଗୁଡ଼ିକ ଦ୍ଵାରା ଓଡ଼ିଶାରେ ଶିଳ୍ପ, ପର୍ଯ୍ୟଟନ ଓ ସାଧାରଣ ନାଗରିକ ସେବା, ସାମାଜିକ ଅର୍ଥନୈତିକ ବିକାଶରେ ଅନେକ ସହାୟକ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଇଚ୍ଛା ଶକ୍ତି କାରଣରୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି । ବିଜେପି ସରକାରରେ ଜାତୀୟ ରାଜପଥ, ରେଳ, ବିମାନ ସେବା ଓ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ କରିବା ଉପରେ ଅଧିକ ପ୍ରାଥମିକତା ଦିଆଯାଉଛି । ଜନ ଜାତୀୟ ଗୌରବ କରିଡ଼ର, ଶକ୍ତି କରିଡ଼ର, ବନ୍ଦର କରିଡ଼ର ଓ ଶିଳ୍ପ କରିଡ଼ର ବିକଶିତ ହେଉଛି ।

Also read: ୪ ହଜାର କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ ଏବଂ ଅର୍ଥନୈତିକ ବିକାଶ ହେବ : ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ୪ ହଜାର କିମିରୁ ଅଧିକ ଜାତୀୟ ରାଜପଥ ନିର୍ମାଣ ହୋଇଛି । କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼, ସମ୍ବଲପୁର ରିଙ୍ଗ ରୋଡ଼ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ । ମୋଦୀ ଭାରତର ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ପୂର୍ବୋଦୟ ବିକାଶର ପରିକଳ୍ପନା କରିଛନ୍ତି । ଯାହାର କେନ୍ଦ୍ର ବିନ୍ଦୁ ହେଉଛି ଓଡ଼ିଶା । ଆଜି ଶିଳାନ୍ୟାସ ଓ ଲୋକାର୍ପିତ ହୋଇଥିବା ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ ପୂର୍ବୋଦୟ ଯୋଜନାରେ ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ମାଇଲ ଖୁଣ୍ଟ ହେବ । ୨୦୩୬ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଏବଂ ୨୦୪୭ରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିଅନ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ଓଡ଼ିଶା ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛି । 


ଧର୍ମେନ୍ଦ୍ର  କହିଛନ୍ତି,  ବର୍ତ୍ତମାନ ସମୟରେ ରାଜପଥ, ଯୋଗାଯୋଗ ଏବଂ ଆନୁସଙ୍ଗିକ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିପାରିଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ବପ୍ନ ସାକାର ହୋଇପାରିବ । ବର୍ତ୍ତମାନ ବିଶ୍ୱରେ ରୋଡ଼ ସେଫ୍ଟି ଜରୁରୀ ହୋଇପଡିଛି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ବିଭାଗ ସବୁ ସ୍କୁଲରେ ସଚେତନତା ସୃଷ୍ଟି କରିବା ପାଇଁ ସଡକ ସୁରକ୍ଷା ଅଭିଯାନରେ ସାମିଲ ହୋଇଛି । ସ୍କୁଲ ଶିକ୍ଷା କ୍ଷେତ୍ରରେ ସଡ଼କ ସୁରକ୍ଷା ଅଭିଯାନର ସଚେତନତାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ଵାନ କରିଛନ୍ତି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.