ଭୁବନେଶ୍ବର ୧୭।୪: ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ଅବସରରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ପୁରୀକୁ ଯିବା ପାଇଁ ୪ ଲେନ ରାସ୍ତାକୁ ୬ ଲେନ କରିବା ପାଇଁ ପ୍ରସ୍ତାବ ଅଛି । ଏହାକୁ ୬ ଲେନରୁ ୮ ଲେନ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସର୍ଭିସ୍ ରୋଡ଼ ମଧ୍ୟ କରିବା ପାଇଁ ଦେଇଥିଲେ ପ୍ରସ୍ତାବ । ଆଗାମୀ ୧୦୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ କୋଷ୍ଟାଲ ହାଇୱେ ରାସ୍ତାକୁ ୨ ଲେନରୁ ୪ ଲେନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । CRIFରେ ୮ଶହ କୋଟିର ଆବଶ୍ୟକତା ଅଛି । କେନ୍ଦ୍ର ସରକାର ସେୟାର ଯଦି ପ୍ରଦାନ କରିବେ ତେବେ ରାଜ୍ୟ ସରକାର ମଧ୍ୟ ନିଜ ସେୟାର ଦେଇ କାର୍ଯ୍ୟ ତ୍ବରାନ୍ବିତ କରି କାମ ଗୁଡ଼ିକୁ ଶେଷ କରାଯାଇପାରିବ । ଆଗକୁ କେନ୍ଦ୍ର ସଡ଼କ, ପରିବହନ ବିଭାଗ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଅନୁରୋଧ କଲେ । ଏହାସହ ଆଗାମୀ ଦିନରେ ମଧ୍ୟ ଅନେକ ପ୍ରକଳ୍ପ ଗୁଡ଼ିକର ଡିପିଆର ସଙ୍କଳନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଏକ ସଫଳତାର ଦିନ । ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା । ଏହି ୪ ହଜାର କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ, ଅର୍ଥନୈତିକ ବିକାଶ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ଏବଂ ସଡ଼କ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛନ୍ତି । ଦିନକୁ ସଡ଼କ ନିର୍ମାଣ ଏବେ ୧୦୦ କିଲୋମିଟରରେ ପହଞ୍ଚିଛି । ୨୦୧୪ରେ କେନ୍ଦ୍ର ବଜେଟ୍ ବ୍ୟୟବରାଦ ୨ ଲକ୍ଷ କୋଟି ଥିଲା, ଯାହା ୨୦୨୫ରେ ୧୧ ଲକ୍ଷ କୋଟି ବଢିଛି । ଅଧିକ ଖର୍ଚ୍ଚ ରାସ୍ତା ନିର୍ମାଣ ପାଇଁ ହେଉଛି । ରାଜ୍ୟ ସରକାର ମଧ୍ୟ ବଜେଟରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ବଜେଟରେ ଭିତ୍ତିଭୂମି ପାଇଁ ୬୫ ହଜାର କୋଟିର ବ୍ୟୟ ବରାଦ ହୋଇଛି । ଏହି ପୁଞ୍ଜିରେ ଭିତ୍ତିଭୁମିକୁ ସୁଦୃଢ଼ କରାଯିବ । ଯାହା ୨୦ ବର୍ଷ ହେବ ଅବହେଳିତ ଥିଲା । ଓଡ଼ିଶାକୁ ଶିଳ୍ପର ହବ କରିବା ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ମୋତେ ପଚାରିଲେ ଓଡ଼ିଶା ପାଇଁ କ’ଣ ଦରକାର କୁହନ୍ତୁ । ଯାହା ଦରକାର ମୁଁ କରିକି ଯିବି । ରାଜ୍ୟ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସଂଯୋଗ ପାଇଁ ୭୫ ହଜାର କୋଟି ତାଙ୍କର ଯୋଜନା କରିଛନ୍ତି । ମୋଦିଙ୍କ ଶାସନ ପରେ ଓଡ଼ିଶାରେ ୭୦ ହଜାର କୋଟିର ରେଳ ବଜେଟ୍ ପାଇଛି । ପ୍ରଧାନମନ୍ତ୍ରୀ ଅନେକ ଥର ପୂର୍ବୋଦୟ କଥା କହିଛନ୍ତି । ତାକୁ ଆଗରେ ରଖି ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଗତ ସରକାର କେବଳ କଥାରେ ଯୋଜନା କାର୍ଯ୍ୟକାରୀ କରୁଥିଲେ ।
You Can Read: