ଆନନ୍ଦପୁର: ଦୁର୍ଘଟଣାସ୍ଥଳରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ମୃତ୍ଯୁ ଘଟିଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ମେଡିକାଲ ଠାରେ ହାତା ହାତି ହୋଇଛନ୍ତି। ଏହି ଘଟଣା ଘଟିଛି ଆନନ୍ଦପୁରରେ।
ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ଚକ୍ରତୀର୍ଥରୁ ନିଜ ଘର ପୁରୁଣା ଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ କୁସବଣୀ ଛକ ନିକଟରେ ବାଇକ ନିୟନ୍ତ୍ରଣ ହେବାରୁ ଦୁର୍ଘଟଣାର ଶିକାର ହୋଇଥିଲେ।ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ନଯାଇ ନିକଟସ୍ଥ ତରତରା ଛକରେ ଗାଡିରଖି ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିବା କରିଛନ୍ତି ସମ୍ପର୍କୀୟ। ପରେ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା।
ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରସ୍ପର ମଧ୍ୟରେ ହତାହାତିହୋଇଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ କିଷାନ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।