କଟକ ୧୭।୪: ଆଜି ହେଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ କଟକର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ୍ ସିନ୍ଧେ । ଏହାପରେ ଆନନ୍ଦ ଭବନ ଠାରେ ମଧ୍ୟ କଟକ ମେୟର, କମିଶନର, ଜିଲ୍ଲାପାଳ, କର୍ପୋରେଟର, ବିଜେଡି ନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।
କଟକ ଗଡଗଡିଆ ମହାନଦୀ ଘାଟରେ କଟକ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ତିଳତର୍ପଣ କରିଛନ୍ତି ଶତାଧିକ ନେତା ଓ କର୍ମୀ । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ବିଜେଡି ନଗର ସଭାପତି ମଧୂସୁଦନ ସାହୁ ଓ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ ନେତା ଓ କର୍ମୀ ।
You Can Read:
ପାରାଦୀପ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଯାଇପାରିବ ପାନାମା କାର୍ଗୋ ଜାହାଜ, ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ