ପାରାଦୀପ ବନ୍ଦରରୁ ରିଲିଜ୍ ହେବ 'ଏମ୍‌ଭି ଟେଲେରି ଏମ୍' ଜାହାଜ, ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | April 17, 2025 IST

କଟକ ୧୭ହାଇକୋର୍ଟରେ ସାମୁଦ୍ରିକ ବିବାଦ ସମ୍ପର୍କତ ମାମଲା । ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରାଦୀପ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଯାଇ ପାରିବ ପାନାମା କାର୍ଗୋ ଜାହାଜ । ବକେୟା ପରିଶୋଧ ପରେ ଏବେ ଜାହାଜକୁ ପାରାଦୀପ ପୋର୍ଟରୁ ଛାଡିବକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  

ଜିଓସର୍ଭି ଏନର୍ଜୀ ଟ୍ରାନ୍ସପୋର୍ଟ ଡିଏମସିସି ପକ୍ଷରୁ ଦାୟାର ମାମଲାରେ ବଙ୍କର ଫୁଏଲ ବକେୟା ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଶନିବାର ଏହି ମାଲବାହୀ ଜାହାଜକୁ ଗିରଫ କରାଯାଇଥିଲା । ପାରାଦୀପ ବନ୍ଦରରେ ଏମ୍‌ଭି ଟେଲେରି ଏମ୍ ଜାହାଜ ଥିବା ବେଳେ ଗିରଫ ହୋଇଥିଲା । କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପାରାଦୀପରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇପାରିବ ଏମ୍‌ଭି ଟେଲେରି ଏମ୍ କାର୍ଗୋ ଜାହାଜ । ଏହି ମାମଲାର ଆସନ୍ତା ଶୁଣାଣି ମେ’ ୭କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

You Can Read:

ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପରଲେସ୍, Neva ଆପ୍ଲିକେସନ କାର୍ଯ୍ୟକାରିତାକୁ ଅନୁଧ୍ୟାନ କଲେ ପ୍ରତିନିଧି ମଣ୍ଡଳୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.