ଭୁବନେଶ୍ବର ୧୭।୪: ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ପ୍ରତିନିଧି ଦଳ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ଟିମ୍ । ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପରଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ Neva ଆପ୍ଲିକେସନ । ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ୱଲି ବା Neva ଆପ୍ଲିକେସନ କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍ ।
ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋଦିଙ୍କ ଭିଜନ- ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ । ଓଡ଼ିଶା ବିଧାନସଭାରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ହେଉଛି । ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଏହାସହ ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା । ଏଥିପାଇଁ ୧୦୦ ଦିନର ଟାର୍ଗେଟ୍ ରଖାଯାଇଛି । କାରଣ ଦିଲ୍ଲୀ ବିଧାନସଭାରେ ବର୍ଷକୁ ୨ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଖର୍ଚ୍ଚ ହେଉଛି । ତେଣୁ ୫୦୦ କେଭିର ସୋଲାର ସିଷ୍ଟମ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ । ଦିଲ୍ଲୀର ପୂର୍ବ ସରକାର ବିଧାନସଭାରେ Neva କାର୍ଯ୍ୟକାରୀ କରାଇ ଦେଉନଥିଲେ ।
You Can Read:
ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦ୍ଘାଟିତ