ଜଳୁଛି ସୁବର୍ଣ୍ଣପୁର : ଦିନ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ରାତି ତାପମାତ୍ରା ୩୦ଡିଗ୍ରୀ ତଳକୁ ଖସୁନାହିଁ

Published By : Prameya-News7 Bureau | April 06, 2025 IST

ବିନିକା ୬ଆକାଶରୁ ନିଆଁ ବର୍ଷୁଛି । ତତଲା କଢେଇରେ ଜଳୁଛି ସାରା ସୁବର୍ଣ୍ଣପୁର । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ବେଳା ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯାଉଥିବା ବେଳେ ରାତିରେ ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସୁନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ  ଓ ଗୁଳୁଗୁଳି   ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଯାତାୟାତ କରୁଥିବା ଲୋକେ ଜରୁରୀ କାମ ନଥିଲେ କେହି ବାହାରକୁ ବାହାରୁ ନାହାନ୍ତି l ଅସହ୍ୟ ଖରାର ପ୍ରଭାବ ରହିଥିବା ବେଳେ ରାତିରେ ମଧ୍ୟ ଯାତାୟାତ କରୁଥିବା ସମୟରେ ପ୍ରକୋପ ଏତେ ରହିଛି ନିଆଁ ଝାଞ୍ଜି ଦେହରେ ବାଜୁଥିବା ଭଳିଆ ଲାଗୁଥିବା କହିଛନ୍ତି ଅଞ୍ଚଳବାସୀ l ଜିଲ୍ଲାରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇପଡୁଛି l ଲୋକେ ଘରେ ବିଭିନ୍ନ ପ୍ରକାରର ଫଲମୂଳ, ଦହି ପାଣି, ଦହିବରା, ତରଭୁଜ, କାକୁଡି ଖାଇବାକୁ ପସନ୍ଦ କରୁଛନ୍ତି l ସୁବର୍ଣ୍ଣପୁର ଦେଇ ଯାଇଥିବା ମହାନଦୀରେ ପାଣି ନଥିବାରୁ ପାନୀୟ ଜଳର ସମସ୍ୟା ହେବା ସହିତ ନଦୀର ବାଲି ଓ ପଥର ଥିବାରୁ ଅସହ୍ୟ ଗରମ ଅନୁଭୂତ ହେଉଛି l ରାସ୍ତା କଡ଼ରେ ଥିବା ଗଛ ଗୁଡିକ ମଧ୍ୟ କାଟି ଦେଇଥିବାରୁ ଯାତାୟତ କରୁଥିବା ଲୋକେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଅନ୍ୟପଟେ ହିଟ୍‌ୱେଭ୍‌କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି l ଯେଉଁ ସ୍ଥାନରେ ପାନୀୟ ଜଳର ଅସୁବିଧା ରହିଛି ସେହି ସ୍ଥାନରେ ଲୋକେ କିଭଳି ପାନୀୟ ଜଳ ଅସୁବିଧା ନହେବ ଏବଂ ଜିଲ୍ଲାର ସମସ୍ତ ଡାକ୍ତରଖାନା ଗୁଡିକରେ ଅଂଶୁଘାତ କକ୍ଷ ମଧ୍ୟ କରାଯାଇଥିବା ଜିଲ୍ଲାପାଳ ଅନ୍ୟା ଦାସ କହିଛନ୍ତି l 

You Can Read:

ରାମ ନବମୀରେ ରାଜ୍ୟବାସୀଙ୍କ ଶୁଭ ମନାସିଲେ ଉପ-ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ, ସଂକୀର୍ତ୍ତନ ଶୋଭାଯାତ୍ରାରେ ମନମୋହନ ସାମଲ ସାମିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.