ଭଦ୍ରକ ୬।୪: ଐତିହାସିକ ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଭଦ୍ରକ ସହର । ଶ୍ରୀରାମ ମହାଯଜ୍ଞର ଅନ୍ତିମ ଦିବସ ସହ ଆଜି ନଗର ସଙ୍କୀର୍ତ୍ତନ । ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରେ ଆୟୋଜିତ ହେଉଥିବା ଶ୍ରୀରାମ ମହାଯଜ୍ଞର ଅନ୍ତିମ ଦିବସ । ନେହେରୁ ଷ୍ଟାଡିୟମରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସୁସଜ୍ଜିତ ମେଢ଼ ଅପରାହ୍ନରୁ ପରିକ୍ରମାରେ ବାହରିଛନ୍ତି । ନଗର ସଙ୍କୀର୍ତ୍ତନରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସୁସଜ୍ଜିତ ମେଢ଼ ସାମିଲ ହୋଇଛନ୍ତି । ଏହି ମେଢ଼ ଗୁଡ଼ିକ ନେହେରୁ ଷ୍ଟାଡିୟମରୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରି ସହର ମଧ୍ୟ ଦେଇ ୧୨ କିଲୋମିଟର ପରିକ୍ରମା କରିବେ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ମେଟାଲ ଡିଟେକ୍ଟ୍ର ଟିମ୍ ଯାଞ୍ଚ କରୁଛି । ଜିଲ୍ଲାରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ନିୟୋଜିତ ଅଛନ୍ତି । ଡ୍ରୋନ୍ରେ ସର୍ଭିଲାନ୍ସ କରାଯାଉଛି । ତେବେ ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ ପାଇଁ ନିବେଦନ କରିଛି ଶ୍ରୀରାମ ମହାଯଜ୍ଞ ସମିତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗାନ୍ଧୀ ପଡିଆରେ ଯଜ୍ଞରେ ଆହୁତୀ ଦେଇଛନ୍ତି ଓ ରାମଙ୍କ ଆଶୀର୍ବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାସିଛନ୍ତି ।
You Can Read:
କ୍ରାଇମ୍ ସିନ୍ ରିକ୍ରିଏସନ୍ : ଲୁଟ୍ ପାଇଁ ଘରେ ପଶିଥିଲେ, ଧରାପଡିଯିବା ଭୟରେ ଆକ୍ରମଣ କରିଥିଲେ